ମା ଦୁର୍ଗା, ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ : ନବରାତ୍ର ପୂଜା ଦେବୀ ପିଠରେ ଆରମ୍ଭ

158

ମା ଦୁର୍ଗା, ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ : ନବରାତ୍ର ପୂଜା ଦେବୀ ପିଠରେ ଆରମ୍ଭ

ବଲାଙ୍ଗୀର, ୨୫ ସେପ୍ଟେମ୍ବର – ଦଶହରା ପାଇଁ ବଲାଙ୍ଗୀର ସହର ଉତ୍ସବ ମୁଖର ହୋଇଉଠିଛି। କରୋନାର ଦୁଇ ବର୍ଷର ବିଭୀଷିକା ପରେ ଚଳିତ ବର୍ଷ ଭକ୍ତମାନେ ଦୁର୍ଗା ଦେବୀଙ୍କୁ ସମ୍ମୁଖ ଦର୍ଶନ ପାଉଛନ୍ତି। ମା ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ସମସ୍ତଙ୍କ ମନରେ ଉତ୍ସାହ । ଆଜି ମହାଳୟା । ମା ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି ଭକ୍ତଙ୍କୁ । ସେହିଭଳି ଦେଉଳ ବନ୍ଧ ନିକଟରେ ପୂଜା ପାଉଥିବା ମା ଦୁର୍ଗା ମଧ୍ୟ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ।ଏଣୁ ଆଜି ସକାଳୁ ମନ୍ଦିର ମାନଙ୍କରେ, ବିଶେଷ କରି ମା ସମଲେଶ୍ଵରୀ ମନ୍ଦିର ଏବଂ ଦୁର୍ଗା ମନ୍ଦିରରେ ଭିଡ଼ ରାତ୍ରି ପର୍ଯ୍ୟନ୍ତ ଲାଗି ରହିବ । ଭକ୍ତଙ୍କ ଅସମ୍ଭାଳ ଭିଡ଼ ପାଇଁ ପୋଲିସ ସଜାଗ ରହିଛି । ମନ୍ଦିରର ନିୟମ ମାନି ଶୃଙ୍ଖଳା ରଖି ମହାଳୟାରେ ମା ଙ୍କ ଧବଳମୁଖୀ ବେଶ ଦର୍ଶନ ପୂର୍ବକ ମା ଙ୍କ ସାନିଧ୍ୟ ଲାଭ କରିବାକୁ ନିବେଦନ କରାଯାଇଛି।

ସେହିପରି ଏହି ପାର୍ବଣ ରୁତୁରେ ଜିଲ୍ଲାର ସମସ୍ତ ଦେବୀ ପୀଠରେ ତଥା ଅନେକ ସାର୍ବଜନୀନ ଦୁର୍ଗା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି। ନିଜ ଉଦ୍ୟମରେ ପୂଜା କମିଟି ମାନେ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ପୂଜା କର୍ମ ଆରମ୍ଭ ହୋଇଛି। ଦୁଇ ତିନି ବର୍ଷ କରୋନା ମହାମାରୀ କଟକଣା ଯୋଗୁଁ ମାଙ୍କୁ ଦର୍ଶନ ଦୁର୍ଲଭ ହୋଇଥିଲା। ଚଳିତ ବର୍ଷ ଏହି ପାର୍ବଣ ରୁତୁରେ ମାଙ୍କ ଦର୍ଶନ ପାଇଁ ଅନେକ ଭିଡ ହେବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.