ଅଗଷ୍ଟ 15ରେ ଫିଲ୍ମ ଲାଲ ସିଂ ଚଡ୍ଡାର ବକ୍ସ ଅଫିସ କଲେକ୍ସନ,ପଞ୍ଚମ ଦିନରେ ମଧ୍ୟ 50 କୋଟିର ମାର୍କ ଅତିକ୍ରମ କରିପାରିଲା ନାହିଁ ଫିଲ୍ମ
ଆମିର ଖାନଙ୍କ ଫିଲ୍ମ ଲାଲ ସିଂ ଚଡ୍ଡା ରୋଜଗାର ଦୃଷ୍ଟିରୁ ନିର୍ମାତା ଏବଂ ପ୍ରଶଂସକଙ୍କ ଆଶା ପୂରଣ କରିବାରେ ସକ୍ଷମ ହୋଇପାରିନାହିଁ । ଚଳିତ ଅଗଷ୍ଟ 11 ତାରିଖରେ ମୁକ୍ତିଲାଭ କରିଥିବା ଲାଲ ସିଂ ଚଡ୍ଡା ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ କରିପାରି ନାହାଁନ୍ତି । ସପ୍ତାହ ଶେଷରେ ଫିଲ୍ମର ରୋଜଗାରକୁ ଦେଖି ଆଶା କରାଯାଉଥିଲା କି ବକ୍ସ ଅଫିସରେ ଭଲ ଆୟ କରିପାରିବ ବୋଲି । କିନ୍ତୁ ଏହି ଆଶା କେବଳ ଆଶା ରେ ହିଁ ରହିଗଲା l ଫିଲ୍ମ ରିଲିଜ ହେବ ପୂର୍ବରୁ ଫ୍ୟାନ ଫଲୋର୍ସଙ୍କ ଉତ୍ସାହ ଯେତିକି ଥିଲା ତାହା ରିଲିଜ ହେବ ପରେ ମଉଳି ଗଲା l ଆଶା ଅନୁଯାଇ ଫିଲ୍ମ ରୋଜଗାର କରିପାରୁନାହିଁ l ଅଗଷ୍ଟ 15 ତାରିଖରେ ଫିଲ୍ମ ଆୟ ବଢିବା ରେ ମଧ୍ୟ କୌଣସି ଉର୍ନତି ଦେଖାଯାଇନଥିଲା l 15 ଅଗଷ୍ଟ ର ବିଶେଷ ଉତ୍ସବ ଏବଂ ଛୁଟିଦିନରେ ଲାଲ ସିଂ ଚଡ୍ଡାଙ୍କ ବ୍ୟବସାୟ କୌଣସି ଲାଭ କରି ନାହିଁ | ଫିଲ୍ମର ପଞ୍ଚମ ଦିନ ପାଇଁ ରୋଜଗାର ସଂଖ୍ୟାର ରିପୋର୍ଟ ବାହାରିଛି । ତେବେ ଉକ୍ତ ରିପୋର୍ଟ ଅନୁସାରେ, ଲାଲ ସିଂ ଚଡ୍ଡା ମୁକ୍ତିଲାଭ କରିବାର ପଞ୍ଚମ ଦିନରେ ଅର୍ଥାତ୍ 15 ଅଗଷ୍ଟରେ ମାତ୍ର 8 କୋଟି ରୋଜଗାର କରିଛି । ଏହା ସହିତ ଏହି ଫିଲ୍ମର ସମୁଦାୟ ଆୟ କଥା କହିବାକୁ ଗଲେ ଏପର୍ଯ୍ୟନ୍ତ କେବଳ 45-46 କୋଟି ଟଙ୍କା ସଂଗ୍ରହ କରିଛି । ଲାଲ ସିଂ ଚଡ୍ଡା ରିଲିଜ ହେବାର 5 ଦିନ ହୋଇଯାଇଥିଲେ ମଧ୍ୟ ଏହା 50 କୋଟି କ୍ଲବରେ ଯୋଗ ଦେଇପାରିଲା ନାହିଁ । ସପ୍ତାହ ଶେଷରେ ଫିଲ୍ମର ରୋଜଗାରରେକୁ ଦେଖି ଆଶା କରାଯାଉଥିଲା ଯେ 5 ଦିନରେ ଫିଲ୍ମ 50 କୋଟି ମାର୍କ ଅତିକ୍ରମ କରିବ, କିନ୍ତୁ ତାହା ହୋଇପାରିଲା ନାହିଁ l ଆୟ ଅନୁସାରେ 50 କୋଟି କ୍ଲବରେ ପହଞ୍ଚିବା ପାଇଁ ଫିଲ୍ମ କୁ ଆଉ ଗୋଟିଏ ଦିନ ଲାଗିଯିବ l