ରାଜ୍ୟରେ ନୂଆ ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୩୩୦୭ କୁ ବୃଦ୍ଧି : ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪୬୨

169

ଭୁବନେଶ୍ଵର, ୧୬ ଅଗଷ୍ଟ – ରାଜ୍ୟରେ ଗୋଟିଏ ଦିନରେ ୨୫୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୩୩୦୭ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୨୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୯ ଜଣ ସଙ୍ଗରୋଧ ରୁ ଏବଂ ୧୦୬ ଜଣ ସ୍ଥାନୀୟ ସମ୍ପର୍କ ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୪୭୯ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୦୬୩୫ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୪୬୨ ରହିଛି ।

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୫୫ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାରେ ୭, ବରଗଡ ଜିଲ୍ଲାରେ ୫, ଭଦ୍ରକ ଜିଲ୍ଲାରେ ୩, ବଲାଙ୍ଗୀର ଜିଲ୍ଲାରେ ୭, କଟକ ଜିଲ୍ଲାରେ ୧୩, ଦେବଗଡ ଜିଲ୍ଲାରେ ୨, ଗଜପତି ଜିଲ୍ଲାରେ ୬, ଗଞ୍ଜାମ ଜିଲ୍ଲାରେ ୧, ଜଗତସିଂହପୁର ଜିଲ୍ଲାରେ ୧, ଯାଜପୁର ଜିଲ୍ଲାରେ ୬, ଝାରସୁଗୁଡା ଜିଲ୍ଲାରେ ୪, କଳାହାଣ୍ଡି ଜିଲ୍ଲାରେ ୧୪, କନ୍ଧମାଳ ଜିଲ୍ଲାରେ ୧, କେନ୍ଦ୍ରାପଡ଼ା ଜିଲ୍ଲାରେ ୨, ଖୋର୍ଦ୍ଧା ଜିଲ୍ଲାରେ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟ ଜିଲ୍ଲାରେ ୩, ମୟୁରଭଞ୍ଜ ଜିଲ୍ଲାରେ ୧୧, ନବରଙ୍ଗପୁର ଜିଲ୍ଲାରେ ୧୨, ନୟାଗଡ ଜିଲ୍ଲାରେ ୭, ନୂଆପଡ଼ା ଜିଲ୍ଲାରେ ୪, ପୁରୀ ଜିଲ୍ଲାରେ ୨, ରାୟଗଡା ଜିଲ୍ଲାରେ ୪, ସମ୍ବଲପୁର ଜିଲ୍ଲାରେ ୧୪, ସୋନପୁୁର ଜିଲ୍ଲାରେ ୧୦ , ସୁନ୍ଦରଗଡ ଜିଲ୍ଲାରେ ୪୪ ଓ ଷ୍ଟେଟ ପୁଲରେ ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.