ଅଗ୍ନିବୀର ନିଯୁକ୍ତି : ଅଗ୍ନିପଥ ଯୋଜନା ଅର୍ନ୍ତଗତ ବାୟୁସେନା ପାଇଁ ପଞ୍ଜିକରଣ ଆରମ୍ଭ
ନୂଆଦିଲ୍ଲୀ , ୨୪/୦୬:ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ଦ୍ୱାରା ଚୟନ ପ୍ରକ୍ରିୟା ଜୁଲାଇ ୨୪ ତାରିଖରୁ ଆରମ୍ଭ ହେବ । ପଞ୍ଜୀକରଣ ଆଜି ଠାରୁ ଆରମ୍ଭ ହେବ ଯାହା ଜୁଲାଇ ୫ ପର୍ଯ୍ୟନ୍ତ ଜାରି ରହିବ । ଜୁଲାଇ ୨୪ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଅନଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ । ସମଗ୍ର ପ୍ରକ୍ରିୟା ବିଷୟରେ ବାୟୁସେନା ଦ୍ୱାରା ପୂର୍ବରୁ ସୂଚନା ଦେଇଛନ୍ତି । ଅଗଷ୍ଟ ୨୧ ରୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଏକ ଶାରୀରିକ ସୁସ୍ଥତା ପରୀକ୍ଷା ହେବ । ୨୯ ଅଗଷ୍ଟରୁ ୮ ନଭେମ୍ବର ପର୍ଯ୍ୟନ୍ତ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହି ସମସ୍ତ ପର୍ଯ୍ୟାୟ ସଫା କରୁଥିବା ପ୍ରାର୍ଥୀଙ୍କ ନାମର ତାଲିକା ଡିସେମ୍ବର ୧, ୨୦୨୨ ରେ ପ୍ରକାଶ ପାଇବ। ୩୦ ଡିସେମ୍ବରରୁ ତାଲିମ ଆରମ୍ଭ ହେବ । ଏହି ଯୋଜନା ପାଇଁ ସର୍ବନିମ୍ନ ବୟସ ୧୭ ବର୍ଷ ଏବଂ ସର୍ବାଧିକ ବୟସ ସୀମା ୨୧ ବର୍ଷ ଅଟେ । ଏହା ୨୦୨୨ ପାଇଁ ଅଗ୍ନିପଥ ଯୋଜନା ଅନ୍ତର୍ଗତ ।