ଅଦା ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା
ଦୈନଦିନ ଜୀବନରେ ଅଦା ଖାଇବା ଶରୀର ପାଇଁ ବହୁତ ହିତକର ହୋଇଥାଏ । ଏହା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଯାଏ । ଏକ ଗବେଶଣାରୁ ଜଣାଯାଇଛି ଯେ, ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ । କିନ୍ତୁ ଅଧିକ ମାତ୍ରାରେ ଅଦା ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ବଢିଥାଏ । ତେବେ ଆସନ୍ତ ଜାଣିବା ଅଦା ଖାଇବା ଦ୍ୱାରା ଆଉ କେଉଁ କେଉଁ ସବୁ ଫାଇଦା ମିଳିଥାଏ । ଦିନକୁ ୪ ଗ୍ରାମ ଅଦା ଖାଇବା ଦ୍ୱାରା ଏହା ରକ୍ତରେ ଥିବା ଶର୍କରା ପରିମାଣ କମ୍ କରିବା ସହିତ ଇନ୍ସୁଲିନ ଉତ୍ପାଦନକୁ କମ୍ କରିବାରେ ସାହାର୍ଯ୍ୟ କରିଥାଏ । କଂଚା ଅଦା ଖାଇବା ଦ୍ୱାରା ଏହାର ଅଧିକ ଫାଇଦା ମିଳିଥାଏ । କୋଲେଷ୍ଟ୍ରଲ କମ୍ କରିବାରେ ଅଦା ଏକ ରାମବାଣ ଭଳି କାମ କରିଥାଏ । ଯାହାଦ୍ୱାରା ହୃଦଘାତର ଆଶଙ୍କା ମଧ୍ୟ କମିଥାଏ ।