ଅବପାତରେ ପରିଣତ ହେଲା ଲଘୁଚାପ, ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

152

ଭୁବନେଶ୍ୱର, ୧୪ ଅଗଷ୍ଟ – ବଙ୍ଗୋପ ସାଗରରେ ସୃଷ୍ଟ ଲଘୁପାତ ଅବପାତରେ ପରିଣତ ହୋଇଛି । ଏହି କାରଣରୁ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଉତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତୀ ପଶ୍ଚିମବଙ୍ଗ ଏବଂ ଉତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି । ବର୍ତମାନ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କି.ମି. ଏବଂ ବାଲେଶ୍ୱର ଠାରୁ ପୂର୍ବ-ଉତର-ପୂର୍ବ ଦିଗରେ ୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ଅଛି ।

ଆସନ୍ତା ୬ ଘଂଟା ମଧ୍ୟରେ ଅବପାତ ଉପକୂଳ ଅତିକ୍ରମ କରିବ । ଆଗାମୀ ୬ ଘଂଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ ସହ ଆଗାମୀ ୨୪ ଘଂଟା ଯାଏ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଆଜିଠୁ ଆସନ୍ତାକାଲି ସକାଳ ଯାଏ ୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ବରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ । ଏହିସବୁ ଜିଲ୍ଲାରେ ୭ରୁ ୨୦ ସେଂଟିମିଟର ଯାଏ ବର୍ଷା ହେବା ନେଇ ଅନୁମାନ କରାଯାଇଛି ।

Leave A Reply

Your email address will not be published.