ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ବିଭିନ୍ନ ଅମାନିଆଙ୍କ ଠାରୁ ୨୦ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବାର ଜଣାପଡିଛି । ଏହି ଜରିମାନା କୋଭିଡ-୧୯ ଉଲଂଘନ କାରୀ ତଥା ବିନା ମାସ୍କ ଧାରୀ, ସାମାଜିକ ସୁରକ୍ଷା ଭଙ୍ଗ ଆଦି ସହ ଦୃତଗତିରେ ଯାନବାହାନ ଚଲାଉଥିବା, ମୁଖ୍ୟ ରାସ୍ତାରେ ଅବାଧ ପାର୍କିଂ, ବିନା ହେଲ୍ମେଟରେ ବାଇକ ଚଳାଇବା ଭଳି ଆମାନିଆଙ୍କ ଠାରୁ ତଣ୍ଡ ଆଦାୟ କରାଯାଇଛି । ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଥାନାର ବିଭିନ୍ନ ପୋଲିସ୍ ଅଧିକାରୀ ମାନେ ସହରର ବିଭିନ୍ନ ସ୍ଥାନ ତଥା ଛକ ଗୁଡିକରେ ଯାଞ୍ଚ କରି ଏହି ଜରିମାନା ଆଦାୟ କରିଛନ୍ତି । ଏହି ଜରିମାନା ଆଦାୟ ସମୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ମୋଟ ୨୦ହଜାର ୫୦୦ ଟଙ୍କା ଆଦାୟ ହୋଇଥିବା ଏବଂ ଏପରି ଯାଞ୍ଚ କାର୍ଯ୍ୟକ୍ରମକୁ ଆହୁରି କଡାକଡି କରାଯାଇ ଆଗକୁ ମଧ୍ୟ ଚାଲିବ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.