ରାଗିଛନ୍ତି ମହାଲକ୍ଷ୍ମୀ ସ୍ତ୍ରୀଙ୍କୁ ନଆଣି ବଡ ଭାଇ ବଳ ଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିଛନ୍ତି କାଳିଆ ଠାକୁର । ସେଥିପାଇଁ ମାଁ ଲକ୍ଷ୍ମୀଙ୍କ ରାଗର ଶିକାର ହୁଅନ୍ତି ମହା ପ୍ରଭୁଙ୍କ ନନ୍ଦୀଘୋଷ ରଥ । କାରଣ ମାଉସୀଙ୍କ ଶ୍ରୀଗୁଣ୍ଡିଚା ଘରକୁ ନନ୍ଦୀଘୋଷ ହିଁ କାଳିଆ ସାଆନ୍ତଙ୍କୁ ନେଇଯାଆନ୍ତି । ତେଣୁ ମାଁ ଲକ୍ଷ୍ମୀଙ୍କ ସବୁରାଗ ନନ୍ଦିଘୋଷ ଉପରେ, ସେଥିଲାଗି ମାଁ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ଘରେ ବିଜେ ହୁଅନ୍ତି । ରାଗ ତମତମ ହୋଇ ସରଧା ବାଲି ରେ ଠିଆ ହୋଇଥିବା ନନ୍ଦିଘୋଷ ରଥକୁ ଭାଙ୍ଗି ଦିଅନ୍ତି । ଆଉ ହେରା ଗୋହରୀ ସାହି ଦେଇ ପୁଣି ଶ୍ରୀମନ୍ଦିର ଫେରି ଯାଆନ୍ତି । ଏହି ରଥ ଭଙ୍ଗା ପର୍ବ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମୀ ଦିନରେ ହୋଇଥାଏ ଏବଂ ହେରା ଗୋହରୀ ସାହି ଦେଇ ମାଁ ଲକ୍ଷ୍ମୀ ଫେରନ୍ତି ବୋଲି ଏହା ହେରା ପଞ୍ଚମୀ ନାମରେ ପାଳିତ ହୋଇ ଆସୁଛି ।
Sign in
Sign in
Recover your password.
A password will be e-mailed to you.