ଆମ ଓଡ଼ିଶା ନବୀନ ଓଡ଼ିଶା : ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ
ଭୁବନେଶ୍ୱର,୨ା୧୧(ଡିକେ ନୁ୍ୟଜ): ରାଜ୍ୟସରକାରଙ୍କର ଗ୍ରାମାଭିମୁଖୀ ମହତ୍ୱକାଂକ୍ଷୀଯୋଜନା “ଆମ ଓଡିଶା ନବୀନ ଓଡିଶା’ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶାଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁଆରମ୍ଭ ହୋଇଛି ଅଭିଯାନ । ଏହିକାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ,ପ୍ରତି ଗାଁ । ଆଜି ଭୁବନେଶ୍ୱରରୁ ଆଭାସୀଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାରଶୁଭାରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାର୧୨ଟି ନିର୍ବାନମଣ୍ଡଳୀକୁ ମିଳିଛି୨୫୧.୫୦ କୋଟି ଟଙ୍କା । ଏହିନିର୍ବାଚନମଣ୍ଡଳୀ ଗୁଡିକ ହେଲା -ଭଞ୍ଜନଗର, ଛତ୍ରପୁର, ଖଲିକୋଟ,ଦିଗପହଣ୍ଡି, ସୋରଡା, ସାନଖେମୁଣ୍ଡି,ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ,ପୋଲସରା ଓ କବିସୂର୍ଯ୍ୟନଗର । ଏହିସବୁନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍ର ୫୦୩ଟି ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପହେବ । ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା -ସୁବର୍ଣ୍ଣପୁର ଓ ବୀରମହାରାଜପୁର । ଏଥିରେ ୬ଟି ବ୍ଲକ୍ର ୧୦୯ଟି ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ । ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା । କେବଳ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । “ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀରବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀକହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ । ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ । ସେ ପୁଣି କହିଲେଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସବୁ ଗାଁର ବିକାଶ ଆମର ଲକ୍ଷ୍ୟ । ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ । ଗାଁଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ । ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ୱ ପ୍ରେମ, ଶାନ୍ତି, ସଦ୍ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି,ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟ ସ୍ଥଳୀ ଗୁଡିକରସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ ।ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ୱର୍କସ ହବ୍ ହେବ । ବ୍ୟାଙ୍କିଂ ସୁବିଧା ମିଳିବ । ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲଗୁଡିକ ମଧ୍ୟ ସାମିଲ ହେବ । ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ·ଷୀ ଭାଇ ଭଉଣୀମାନଙ୍କ ପାଇଁ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ,ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ । ସେ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ଦେଶରସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ଜିଲ୍ଲା ଭାବରେ ଭାରତ ସରକାରଙ୍କ ଠାରୁ ପୁରସ୍କାର ପାଇଛି । ସେହିପରି ହିଞ୍ଜିଳି ବ୍ଲକ ମଧ୍ୟ ଦେଶର ସମସ୍ତ ବ୍ଲକମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ବ୍ଲକ ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି ।ଏଥିପାଇଁ ସେ ଗଞ୍ଜାମବାସୀଙ୍କୁ ଧନ୍ୟବାଦଦେଇଥିଲେ । ଗଞ୍ଜାମ ସାରା ଭାରତବର୍ଷକୁବିକାଶର ରାସ୍ତାରେ ପ୍ରେରିତ କରିଛି ବୋଲିସେ କହିଥିଲେ । ୫-ଟି ତଥା ନବୀନ ଓଡିଶାଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମରେଅଂଶଗ୍ରହଣ କରି କହିଲେ ଯେ “ଆମଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବାମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଆମର ରୂପାନ୍ତର ଅନ୍ୟରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେକହିଥିଲେ । ଗାଁ ଗାଁରେ ସବୁ କାମକୁ ଆମେଠିକ୍ ସମୟରେ ସ୍ୱଚ୍ଛତାର ସହ କରିରୂପାନ୍ତର ଆଣିବା ବୋଲି ସେ କହିଥିଲେ ।ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରରହେବ ପ୍ରକୃତ ଚିତ୍ର ବୋଲି ୫-ଟି ଓ ନବୀନଓଡ଼ିଶା ଅଧ୍ୟକ୍ଷ କହିଥିଲେ । ସେ କହିଥିଲ ଯେ ଓଡିଶାରେ ଏବେ ରୂପାନ୍ତରର ଯୁଗ·ଲିଛି । ବିକାଶକୁ ଏବେ ଦେଖି ହେଉଛି,ଅନୁଭବ ମଧ୍ୟ କରି ହେଉଛି । ସେ କହିଥିଲେଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁକୋଟି ଟଙ୍କା ମଞ୍ଜୁର କରାଯାଇଛି ।ଏହା ମଧ୍ୟରେ ରହିଛି ଜଗନ୍ନାଥ ମନ୍ଦିର, ମା’ବ୍ୟାଘ୍ରଦେବୀ ମନ୍ଦିର ଓ ଗୋଚ୍ଛାବାଡୀଜଗନ୍ନାଥପ୍ରସାଦ ଠାରେ ଥିବା ଧବଳେଶ୍ୱରମନ୍ଦିର । ଏହା ସହିତ କବିସମ୍ରାଟଉପେନ୍ଦ୍ରଭଞ୍ଜ ଡିଗ୍ରୀ ଓ ଜୁନିଅର କଲେଜଏବଂ ସାବିତ୍ରୀ ମହିଳା ଡିଗ୍ରୀ ଓ ଜୁନିଅରକଲେଜ ମଧ୍ୟ ସାମିଲ ଅଛି । ଛତ୍ରପୁରନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣପ୍ରକଳ୍ପ ପାଇଁ ୯.୨୦ କୋଟି ଟଙ୍କା ମଞ୍ଜୁରକରାଯାଇଛି । ଏହା ମଧ୍ୟରେ ରହିଛି ମା’ରାମଚଣ୍ଡୀ ମନ୍ଦିର, ସୁନ୍ଦରେଶ୍ୱର ମନ୍ଦିର ଓବଟେଶ୍ୱର ମହାଦେବ ମନ୍ଦିର । ଏହା ସହିତ୨ଟି ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲଅଛି । ଖଲିକୋଟ ନିର୍ବାଚନ ମଣ୍ଡଳୀରେ୪ଟି ଗୁରୁତ୍ୱପୂର୍ଣ୍ଣ