ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ

179

ଆସନ୍ତା ୩ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ମୁଣ୍ଡଳିରେ ୧୦ ରୁ ୨୦ ହଜାର କ୍ୟୁସେକ୍ ଅଧିକ ପାଣି ଆସିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ । ମୁଣ୍ଡୁଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବନ୍ୟା ଉପରେ ପ୍ରଶାସନ ନଜର ରଖିଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ସୂଚନା ଥାଉ କି ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ମୁଣ୍ଡଳୀରେ ଜଳସ୍ତର ବଢ଼ିଛି । ୧୧ ଲକ୍ଷ ୬୦ ହଜାର କ୍ୟୁସେକ ପାଣି ପାସ କରୁଛି । ଆଗକୁ ଏହା ୧୦ ରୁ ୨୦ ହଜାର କ୍ୟୁସେକ ବଢ଼ିପାରେ । ତାପରେ ମୁଣ୍ଡଳୀରେ ବି ଜଳ ପ୍ରବାହ କମିବ । ଅପରାହ୍ନରେ ହୀରାକୁଦର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ତାହାର ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.