ସେପ୍ଟେମ୍ବର ମାସରେ ପୁଣି ଥରେ ବର୍ଷାରେ ଉବୁଡୁବୁ ହେବ ଓଡ଼ିଶା । ଆସନ୍ତା ୩ ସପ୍ତାହ ମଧ୍ୟରେ ତିନିଟି ଲଘୁଚାପ ସହ ପୁଣି ସକ୍ରୀୟ ହୋଇପାରେ ମୌସୁମୀ ବର୍ଷା । ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୬ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୭ ତାରିଖ ଆଡକୁ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଉତର ବଙ୍ଗୋପସାଗରରେ ୯ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ତାହା ଓଡ଼ିଶା ବା ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ୧୧ ତାରିଖରେ ଛୁଇଁବ । ସେହିପରି ୧୩ରୁ ୧୬ ଭିତରେ ତୃତୀୟ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ମଧ୍ୟ ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ଯାଇପାରେ ।
Sign in
Sign in
Recover your password.
A password will be e-mailed to you.