ଆସୁଛି ପ୍ରକୃତି ମିଶ୍ରଙ୍କ ନୂଆ ଫିଲ୍ମ ଦ୍ରୌପଦୀ

143

ରାଜଧାନୀରେ ଚାଲିଥିବା ପତି-ପତ୍ନୀ-ପ୍ରକୃତି ବିବାଦ ଇତିମଧ୍ୟରେ ଥମିଯାଇଛି। ଏବେ ପୁଣି ଚର୍ଚ୍ଚାକୁ ଆସିଛି ପ୍ରକୃତି ମିଶ୍ରଙ୍କ ନୂଆ ଚଳଚିତ୍ର ‘ଦ୍ରୌପଦୀ।’ ଏ ସମ୍ପର୍କରେ ନିଜେ ପ୍ରକୃତି ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ପ୍ରକୃତି ଚଳଚିତ୍ର ର ପୋଷ୍ଟର ସେୟାର କରି ସେଥିରେ ଉଲ୍ଲେଖ କରିଛନ୍ତି- ‘କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହୋଇଯାଏ। କେବେ ନାରୀ କେଉଁ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହୋଇଛି। ଯୁଗ ବଦଳିଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ।’ ଏହି କାହାଣୀ ଉପରେ ଆଧାରିତ ‘ଦ୍ରୌପଦୀ’ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ ବୋଲି ପ୍ରକୃତି ସୂଚନା ଦେଇଛନ୍ତି।ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଅଛନ୍ତି ଅନନ୍ୟା ପଟ୍ଟନାୟକ।  ଅନ୍ୟପକ୍ଷରେ ନିଜ ଜନ୍ମଦିନରେ ଅଭିନେତା ବାବୁସାନ ତାଙ୍କ ନୂଆ ଚଳଚିତ୍ର ‘ଗଜପତି’ର ଶୀର୍ଷକ ଘୋଷଣା କରିଛନ୍ତି। କେ. ମୁରଲୀକ୍ରିଷ୍ଣାଙ୍କ ନିର୍ଦେଶନାରେ ଏହି ଚିତ୍ରର ସୁଟିଂ ଆଗାମୀ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ବିବାଦ ଥମିବା ପରେ ଉଭୟ ବାବୁସାନ ଓ ପ୍ରକୃତିଙ୍କ ନୂଆ ଚଳଚିତ୍ର ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.