ରସଗୋଲା କୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି ସୌରଭ ଗାଙ୍ଗୁଲି
ରସଗୋଲା ଓଡିଶା ର ନା କୋଲକାତା ର ତାହାକୁ ନେଇ ସବୁବେଳେ ବିବାଦ ରହି ଆସିଛି । ରସଗୋଲା କୁ ନେଇ କି ନିଜର ମନ୍ତବ୍ୟ ରଖିଛନ୍ତି ସୌରଭ ଗାଙ୍ଗୁଲି । ପୂର୍ବତନ ଭାରତୀୟ କ୍ରିକେଟର ତଥା BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ କଥା ପ୍ରତ୍ୟକ ଓଡିଆଙ୍କ ହୃଦୟ କିଣିନେଇଛି । ପଶ୍ଚିମ ବଙ୍ଗର ଏକ ଟିଭି ପ୍ରୋଗ୍ରାମରେ ସୌରଭ ଗାଙ୍ଗୁଲି ଯୋଗଦେଇ ରସଗୋଲା ଓଡିଶାର କହିବା ବର୍ତ୍ତମାନ ବେଶ୍ ଚର୍ଚ୍ଚା ହେଉଛି । ପଡିଆରେ ଦିନେ ଛକା, ଚୌକା ମାରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିବା କୋଲକାତା ର ଦାଦା ଏଥର ସ୍ବତନ୍ତ୍ର ଭାବେ ଓଡିଆଙ୍କ ମନ କିଣି ନେଇଛନ୍ତି । Zee Bangla ର ଲୋକପ୍ରିୟ କାର୍ଯ୍ୟକ୍ରମ ଦାଦାଗିରିରେ ରସଗୋଲା ଖାଇବାରେ ନିଜକୁ ରୋକିପାରି ନ ଥିଲେ ଦାଦା । କାର୍ଯ୍ୟକ୍ରମକୁ ହୋଷ୍ଟ କରିବା ସମୟରେ ଦାଦା କହିଛନ୍ତି ଯେ, ”ଦେଶର ଅନେକ ଲୋକେ ରସଗୋଲା କୋଲକାତାର ଏକ ସ୍ବାଦିଷ୍ଟ ବ୍ୟଞ୍ଜନ ବୋଲି କହିଥାନ୍ତି । ସତତ ଏହା ଯେ ରସଗୋଲା ଓଡିଶାର । ଜଗନ୍ନାଥ ମନ୍ଦିର ପରମ୍ପରା ଅନୁସାରେ ଏହା ପ୍ରମାଣିତ ହୋଇଛି ।ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି ଯେ, ”ଖେଳ ସମୟରେ ଯେତେବେଳେ ମୁଁ କଟକ ଯାଉଥିଲି, ସେତେବେଳେ ବିଭିନ୍ନ ସ୍ବାଦିଷ୍ଟ ମିଠା ଖାଇଥାଏ, କଟକର ସ୍ବାଦିଷ୍ଟ ମିଠା ପରି ଅନ୍ୟ କେଉଁଠାରେ ମିଳିନଥାଏ ।” ତାଙ୍କର ଏପରି ମତକୁ ୟୁଜର୍ସ ମାନେ ପ୍ରଶଂସା କରିବା ସହିତ ନେଟିଜେନ୍ସ ମଧ୍ୟ ଗାଙ୍ଗୁଲିଙ୍କୁ ଧନ୍ୟବାଦ୍ ଦେବା ସହ ପ୍ରଶଂସା କରିଛନ୍ତି ।