ମାଲକାନଗିରି : ବାଲିମେଳା ଏନ୍ ଏସି ରେ ସ୍ୱଚ୍ଛତା ନାମରେ ଲକ୍ଷାଧିକ ଟଙ୍କାର ଲୁଟ ଘଟଣା। ସଫେଇ କର୍ମଚାରୀ ଙ୍କ ଇପିଏଫ ବାବଦ କୁ ଟଙ୍କା ଖାଇ ଆସୁଥିଲେ ଏନଏସି ର ଜଣେ ଚତୁର୍ଥ ଶ୍ରେଣୀ ର କର୍ମଚାରୀ। ଘଟଣା କୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଶୂନ। କେବେ ହେବ ଏହି ଦୁର୍ନୀତି ଖୋର କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ନ୍ୟାୟ ପାଇବେନି କି ସଫେଇ କର୍ମଚାରୀ। ତେବେ ୨୦୧୭ ମସିହାରେ ସଫେଇ କର୍ମଚାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ନଥିଲେ ମଧ୍ୟ ଇପିଏଫ ଟଙ୍କା ବାବଦକୁ ସେମାନଙ୍କ ଦରମା ରୁ ୧୨% ଲେଖାଏଁ କଟାଯାଉଥିଲା। କିନ୍ତୁ ସେହି ଟଙ୍କା ସବୁ ଚଳୁ କରି ଖାଉଥିଲେ କିଛି ଉପରିସ୍ଥ ଅଧିକାରୀ ଏବଂ କିଛି ତଳିଆ କର୍ମଚାରୀ। ମାସିକ ଜଣେ ସଫେଇ କର୍ମଚାରୀ ଙ୍କ ଇପିଏଫ ବାବଦ କୁ ୬୪୮ ଟଙ୍କା କଟା ଯାଉଥିବା ବେଳେ ପାଖାପାଖି ୨୫ ଜଣ ସଫେଇ କର୍ମଚାରୀ ଙ୍କ ମାସିକ ୧୬ ହଜାର ୨୦୦ ଟଙ୍କା ଏବଂ ସମୁଦାୟ ବାର୍ଷିକ ୧ ଲକ୍ଷ ୯୪ ହଜାର ୪୦୦ ଟଙ୍କା ଚଳୁ କରି ଖାଇ ଆସୁଥିଲେ। ଖବର ପ୍ରକାଶିତ ହୋଇ ଘଟଣା କୁ ଦୀର୍ଘ ଦିନ ବିତି ଯାଇଛି। ତେବେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏନେଇ ଆମେ ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଙ୍କୁ ପଚାରିବାରୁ ସେ ଯେଉଁ ଚତୁର୍ଥ ଶ୍ରେଣୀ ର କର୍ମଚାରୀ ଏହି ଘଟଣା ସମ୍ପୃକ୍ତ ଥିଲେ ତାଙ୍କୁ ସେହି ଦାୟିତ୍ୱ ରୁ କାଢି ଦିଆଯାଇଥିବା କହିଥିଲେ ଏହାସହ ଏବେ ବି ଘଟଣା ଟି ତଦନ୍ତ ପରିସର ଭୁକ୍ତ ରହିଥିବା କହିଥିଲେ। ତେବେ ଏତେ ଦିନ ବିତିଯିବା ପରେ ବି କିପରି ଏଯାଏଁ ଜିଲ୍ଲା ପ୍ରଶାସନ ନିରବ ରହିଛି ଏନେଇ ସାଧାରଣ ରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ କେବେ ଏହି ନିରୀହ ସଫେଇ କର୍ମଚାରୀ ଙ୍କୁ ନ୍ୟାୟ ମିଳିବ ସତରେ କଣ ଜିଲ୍ଲା ପ୍ରଶାସନ ସେମାନଙ୍କୁ ନ୍ୟାୟ ଦେବ ବୋଲି ଓଲଟା ସେମାନେ ପ୍ରଶ୍ନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.