ଓସ୍କାର ବିଜେତା ଅଭିନେତା ୱିଲ ସ୍ମିଥଙ୍କ ଇସ୍ତଫା

294

ଡୁମାଣୀ ଟିଭି , ୨/୪: ଓସ୍କାର ବିଜେତା ଅଭିନେତା ୱିଲ ସ୍ମିଥଙ୍କ ଇସ୍ତଫା । ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକ୍ ଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି ।

ସ୍ମିଥଙ୍କ ପତ୍ନୀଙ୍କୁ ମଜାଳିଆ କମେଣ୍ଟ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶୃଙ୍ଗଳା କମିଟିର ନୋଟିସ୍ ପରେ ସେ ନିଜ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଭୁଲ୍ ପାଇଁ ସେ ଅନୁତପ୍ତ, ଦୁଃଖିତ ଥିବା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ମାଡ ମରା ଘଟଣାକୁ ନେଇ ନିକଟରେ ତାଙ୍କ ପତ୍ନୀ ଜେଡ୍‌ ପିଙ୍କେଟ୍‌ ସ୍ମିଥ ମୁହଁ ଖୋଲିଥିଲେ । ସେ କହିଥିଲେ ଯେ, ଏବେ କଟା ଘା’ ଋତୁରେ ମଲମ ଲଗାଇବାର ସମୟ ଆସିଛି, ଆଉ ଏଥିପାଇଁ ମୁଁ ଅଛି। ଏଥିସହ ସେ ହାର୍ଟ ଇମୋଜି ଦେବା ସହ ନମସ୍କାର ଇମୋଜି ସେୟାର କରିଥିଲେ। ଜେଡ୍‌ଙ୍କ ତାଙ୍କର ଏହି ପୋଷ୍ଟରେ ସେ କାହାର ନାଁ ନେଇ ନଥିଲେ।

Leave A Reply

Your email address will not be published.