ଭୁବନେଶ୍ୱର : ଶ୍ରମ ବିରୋଧୀ ଶ୍ରମ ଆଇନ୍ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନ୍ର ପ୍ରତ୍ୟାହାର, ଦରଦାମ୍ ନିୟନ୍ତ୍ରଣ ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା, ସଂଖ୍ୟାଲଘୁ ଓ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବନ୍ଦ, ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆଦି ଦାବିରେ ସାଧାରଣ ଧର୍ମଘଟରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସହିତ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡେରେସନ ସାମିଲ୍ ହୋଇ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସାଧାରଣ ଧର୍ମଘଟରେ ୩୦୦ରୁ ୪୦୦ ଶ୍ରମିକ ସାମିଲ୍ ହୋଇଥିଲେ । ଦେଶର କୋଟି କୋଟି ଶ୍ରମିକଙ୍କ ଆନ୍ଦୋଳନ ଜରିଆରେ ଅର୍ଜିତ ଆଇନ୍ଗତ ଅଧିକାରକୁ ଲୋପ୍ କରି କ୍ରୀତଦାସରେ ପରିଣତ କରିବାକୁ ଉଦ୍ୟମ ହୋଇଛି । ୪୦ଟି ଶ୍ରମ ଆଇନ୍କୁ ବାତିଲ କରି ୪ଟି ଶ୍ରମ କୋର୍ଡ଼ରେ ପରିଣତ କରିବା ଯୋଗୁ ଦେଶରେ ୯୦ ପ୍ରତିଶତ ଶ୍ରମିକ ଆଇନ୍ଗତ ସୁରକ୍ଷା ଓ ଅଧିକାରରୁ ବଞ୍ôଚତ ହେବେ । ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ମୁନାଫା ବଢାଇବା ସହିତ ଶ୍ରମିକମାନଙ୍କ ଅଧିକାରକୁ ଲୋପ୍ କରିବା ହେଉଛି ଏହି ଲେବର କୋର୍ଡ଼ର ମୁଖ୍ୟ ଲକ୍ଷ୍ୟ । ଦେଶବାସୀଙ୍କ ଟିକସ ଅର୍ଥରେ ଗଢି ଉଠିଥିବା ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାଙ୍କ, ବୀମା, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, କୋଇଲାଖଣି, ବିଦ୍ୟୁତ୍, ତୈଳ, ପୋତାଶ୍ରୟ ଆଦିକୁ ଘରୋଇ ଶିଳ୍ପପତିମାନଙ୍କୁ ବିକ୍ରିକରି ·ଲିଛି । ବିଗତ ୬୦ ବର୍ଷ ଧରି ଗଢି ଉଠିଥିବା ରାଷ୍ଟ୍ରୀୟ ଅର୍ଥନୀତିକୁ ମାତ୍ର ଛଅବର୍ଷରେ ଲୋପ୍ କରିଦେଇଛି ବିଜେପି ସରକାର । ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଠନ କରି ରାଷ୍ଟ୍ରୀୟ ଉଦ୍ୟୋଗର ବିଲୋପ ପାଇଁ ଜଘନ୍ୟ ପରିକଳ୍ପନା କରିଛି ମୋଦି ସରକାର । ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର କୋଭିଡ଼-୧୯, ନିର୍ମାଣ ଶ୍ରମିକ ସହାୟତା ରାଶି ପ୍ରାୟ ୪ ଲକ୍ଷ ଶ୍ରମିକ ଏପର୍ଯ୍ୟନ୍ତ ପାଇନାହାଁନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । କେନ୍ଦ୍ରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ପରୋକ୍ଷରେ ଭାଙ୍ଗିଦେବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଷଡ଼ଯନ୍ତ୍ରକୁ ବିରୋଧ କରି ଆଜିର ଏହି ସାଧାରଣ ଧର୍ମଘଟରେ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନର କର୍ମୀମାନେ ରାଜଧାନୀର ଜୟଦେବ ବିହାର, ମାଷ୍ଟର କ୍ୟାଣ୍ଟିନ ଛକ, ରାଜମହଲ ଛକ ଆଦି ଛକମାନଙ୍କରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଫେଡ଼େରେସନର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ପ୍ରଦୀପ ମହାନ୍ତି, ଭାଗିରଥୀ ସେନାପତି, ପଞ୍ଚାନନ ମହାରଣା, ବିରଞ୍ôଚ ବିଶ୍ୱାଳ, ସୁନୀଲ ଗୌଡ଼, ମନୋରଞ୍ଜନ ସାହୁ, ସଞ୍ଜୀବ ମହାନ୍ତି, ମାନସ ଦାସ, ଇନ୍ଦ୍ରମଣି ଜେନା, ପରମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସରକାର ବିରୋଧୀ ବିଭିନ୍ନ ନାରାବାଜି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.