କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକ ଗସ୍ତ କରି ବିଭିନ୍ନ କାର୍ଯ୍ୟ କ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମଟର ଯୋଗେ ଢେଙ୍କାନାଳ ରୁ କଟକ ଆସି ସର୍ବପ୍ରଥମେ ନେତାଜୀ ସୁବାସ ବୋଷ ଙ୍କ ଜନ୍ମ ସ୍ଥାନ ଓଡ଼ିଆ ବଜାର ସ୍ଥିତ ନେତାଜୀ ସଂଗ୍ରାହଳୟ କୁ ପରିଦର୍ଶନ କରିଥିଲେ। ସଂଗ୍ରାହଳୟ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା।ମନ୍ତ୍ରୀ ଶ୍ରୀ ପ୍ରଧାନ ନେତାଜୀଙ୍କ ର ପ୍ରତିକୃତିରେ ମାଲ୍ୟାର୍ପଣ କରି ସଂଗ୍ରାହଳୟ ପରିଦର୍ଶନ କରିଥିଲେ।ଶ୍ରୀ ପ୍ରଧାନ ସଂଗ୍ରାହଳୟ ପରିଦର୍ଶନ କରି କହିଲେ ଏହି ସଂଗ୍ରାହଳୟ ପ୍ରତି କେନ୍ଦ୍ର ସରକାର ଅଧିକ ଗୁରୁତ୍ବ ଦେଇ ଆସିଛି।ନେତାଜୀ ଜନ୍ମସ୍ଥାନ ସଂଗ୍ରାହଳୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ।ନେତାଜୀ ସୁବାସ ବୋଷ ଙ୍କ ଭଳି ବିର ଯୋଦ୍ଧା ଓଡ଼ିଶା ମାଟିରେ ଜନ୍ମ ନେଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ବିଷୟ। ନେତାଜୀଙ୍କ ଆଦର୍ଶ ଓ ନୀତି ଏବଂ ନୈତିକତାର ସପ୍ରତିକ ଦେଶର ପରିସ୍ଥିତି ଦୃଷ୍ଟିରୁ ଏହାର ପ୍ରାସଙ୍ଗିକତା ରହିଛି। ଶ୍ରୀ ପ୍ରଧାନ ନେତାଜୀ ସଂଗ୍ରାହଳୟ ପରିଦର୍ଶନ ପରେ କଟକ ଯାବାହାର ଲାଲ ଇଣ୍ଡୋର ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ।ଆସନ୍ତା ଅଗଷ୍ଟ 8 ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ସାହା ପ୍ରଜାତନ୍ତ୍ର ର 75 ବର୍ଷ ପୂର୍ତ୍ତି ଉତ୍ସବ ରେ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି। ତେଣୁ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ସାହା ଙ୍କର ଇଣ୍ଡୋର ଷ୍ଟାଡିୟମ୍ ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କ ରେ ଶ୍ରୀ ପ୍ରଧାନ ଅନୁଧ୍ୟାନ କରିଥିଲେ।ଏଥି ସହିତ ସେ ଇଣ୍ଡୋର ଷ୍ଟାଡିୟମ୍ କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ।ଏହାପରେ ଶ୍ରୀ ପ୍ରଧାନ ସର୍କିଟ ହାଉସ କୁ ଯାଇ ଦଳୀୟ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ। କଟକ ନଗର ବିଜେପି ପକ୍ଷରୁ ଶ୍ରୀ ପ୍ରଧାନ ଙ୍କୁ ସହରର ବିଭିନ୍ନ ସ୍ଥାନରେ ସ୍ଵାଗତ କରାଯାଇଥିଲା।ଏକ ବିରାଟ ଶୋଭା ଯାତ୍ରାରେ ନେତାଜୀ ସଂଗ୍ରହାଳୟ କୁ ପାଛୋଟି ଅଣା ଯାଇଥିଲା। ନଗର ସଭାପତି ଲଲାଟେନ୍ଦୁ ବଡୁ,ନୟନ କିଶୋର ମହାନ୍ତି,ବିନୋଦ ଦାସ, ଶ୍ରୀତମ ଦାସ, ରସ୍ମିରେଖା ଦାସ, ସ୍ନୃତିରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.