ଭୁବନେଶ୍ୱର : ଜାନୁଆରୀ ମାସ ସାରା ବଳବତ୍ତର ରହିବ ନାଇଟ କର୍ଫ୍ୟୁ। ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ଲାଗୁ ରହିବ ଏହି କଟକଣା । ହେଲେ ନାଇଟ କର୍ଫ୍ୟୁ କଟକଣାରୁ ଜରୁରୀ ସେବାକୁ ବାଦ୍ ଦେଲେ ସରକାର । ସୂଚନା ଅନୁଯାୟୀ, ପୁଲିସ, ପୌର ପ୍ରଶାସନ, ଡାକ୍ତର, ହସ୍ପିଟାଲ କର୍ମଚାରୀ କଟକଣାରୁ ମୁକ୍ତ । ସେହିପରି ବିଦ୍ୟୁତ୍, ଅଗ୍ନିଶମ, ଟେଲିକମ, ଜଳ ଯୋଗାଣ, ରେଳ କର୍ମଚାରୀ ବି ଏହି କଟକଣା ଅଧୀନରେ ଆସୁ ନାହାନ୍ତି। ଜିଲ୍ଲା/କମିଶନରେଟ ପୁଲିସ୍ ଦ୍ୱାରା ଚିହ୍ନିତ ଗଣମାଧ୍ୟମ କର୍ମଚାରୀ ବି କଟକଣା ମୁକ୍ତ ବୋଲି କୁହାଯାଇଛି । ଏହାବାଦ କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର, ଔଷଧ ଦୋକାନ କର୍ମଚାରୀଙ୍କ ସମେତ ସବୁ ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, ରାଜପଥ ପାର୍ଶ୍ୱ ହୋଟେଲ କଟକଣା ମୁକ୍ତ । ସେହିପରି ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ହୋମ୍ ଡେଲିଭରିକୁ ବି କଟକଣା ମୁକ୍ତ କରାଯାଇଛି । ସୂଚନାଯୋଗ୍ୟ, କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପୂରା ଦେଶ ଆତଙ୍କ ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହା ପ୍ରବେଶ କରିସାରିଛି। ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ଏହାକୁ ଚେକ୍ ଦେବାକୁ ନୂଆ ବର୍ଷରୁ ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଜାନୁଆରୀ ମାସ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଥିବା ବେଳେ ଏହାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ପାର୍କ, ବେଳାଭୂମି କିମ୍ବା ଅନ୍ୟାନ୍ୟ ପିକନିକ୍ ସ୍ପଟରେ ପିକନିକ୍ କରିବାକୁ ମନା କରାଯାଇଛି।
Sign in
Sign in
Recover your password.
A password will be e-mailed to you.