ଫୁଲବାଣୀ: ଜଗାକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି କାଳିଆ। କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଭିତରୁ ଗତକାଲି କାଳିଆର ମୃତ୍ୟୁ ଘଟିଥିଲା। କାଳିଆର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଅନ୍ତ୍ୟେଷ୍ଟି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓ ଉପସ୍ଥିତ ଥିଲେ। ସୂଚନାଥାଉ କି, କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରରେ କାଳିଆର ମୃତ୍ୟୁ ହୋଇଥିଲା ।ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା। ଶେଷରେ ସେ ସେପଟିସେମିଆରେ ଆକ୍ରାନ୍ତ ହୋଇ ହୋଇଥିବା ଡାକ୍ତରୀ ଟିମ୍ ସୂଚନା ଦେଇଥିଲେ। କାଳିଆର ମୃତ୍ୟୁ ଖବର ଶୁଣିବା ପରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଶୋକସନ୍ତପ୍ତ ପରିବାରକୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ । ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ।
Sign in
Sign in
Recover your password.
A password will be e-mailed to you.