କିଟ୍ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଡିକେ ନୁ୍ୟଜ୍): ଚୀନ୍ହାଙ୍ଗଝଉରେ ନିକଟରେ ଶେଷହୋଇଥିବା ୧୯ତମ ଏସିଆନ୍ଗେମ୍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ
୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟକ୍ରୀଡ଼ାରେ ପଦକ ହାସଲ କରିଥିବାକିଟ୍ ଖେଳାଳିମାନଙ୍କୁ ରବିବାର କିଟ୍ଓ କିସ୍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନାଦିଆଯାଇଛି । ଅଲିମ୍ପିଆନ୍ ଅନୁରାଧାବିଶ୍ୱାଳ, ଓଡ଼ିଶା ମହିଳା ଫୁଟବଲ୍ଦଳର କୋଚ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ,ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଭାରତରଦ୍ରୁତତମ ଧାବକ ଅମିୟ ମଲ୍ଲିକ୍,
ଓଡ଼ିଶା ରଗ୍ବୀ ଆସୋସିଏସନ୍ସମ୍ପାଦକ ଉପେନ୍ଦ ମହାନ୍ତି, କିଟ୍ ଓକିସ୍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, କିଟ୍ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସରଶରଣଜିତ ସିଂହ, କ୍ରୀଡ଼ା
ମହାନିଦେ୍ର୍ଦଶକ ଡ. ଗଗନେନ୍ଦୁ ଦାଶଉପସ୍ଥିତ ରହି ପଦକ ହାସଲ କରିଥିବାଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସ୍ୱର୍ଣ୍ଣବିଜେତା ଏସିଆନ୍ ଗେମ୍ସସଟ୍ପୁଟରେ ତାଜିନ୍ଦରପାଲ୍ ସିଂହ ଓଭାରତୀୟ ହକି ଦଳର ରୋହିଦାସଙ୍କୁସମ୍ବର୍ଦ୍ଧିତ କରାଯିବା ସହ ୫ଲକ୍ଷ ଟଙ୍କାଲେଖାଏଁ ନଗଦ ଅର୍ଥରାଶି ପ୍ରଦାନକରାଯାଇଥିଲା । ସେହିପରି ଏସିଆନ୍ଗେମ୍ ଜାଭେଲିନ୍ ଥ୍ରୋରେ ରୌପ୍ୟପଦକ ବିଜେତା କିଶୋର କୁମାରଜେନା ଏବଂ ଡେକାଥଲନ୍ରେ ରୌପ୍ୟବିଜେତା ତେଜସ୍ୱିନ୍ ଶଙ୍କରଙ୍କୁ ୩ ଲକ୍ଷଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶିପ୍ରଦାନ କରାଯାଇଥିଲା । ବିଶ୍ୱବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୨୦କିଲୋମିଟର ରେସ୍ ୱାକିଂର ବ୍ରୋଞ୍ଜବିଜେତା ପ୍ରିୟଙ୍କା ଏବଂ ଅମ୍ଳାନବୋରଗୋହେନ୍ଙ୍କୁ ୨ ଲକ୍ଷ ଟଙ୍କାଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନକରାଯାଇଥିଲା । ସମ୍ବର୍ଦ୍ଧିତଖେଳାଳିମାନେ କିଟ୍, କିସ୍ ଓପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତଙ୍କ କ୍ରୀଡ଼ାଓ କ୍ରୀଡ଼ାବିତ୍ଙ୍କ ପ୍ରତି ଅହେତୁକ ଭଲପାଇବା ଅନ୍ୟ କୌଣସିଠାରେଦେଖିବାକୁ ମିଳି ନ ଥାଏ ବୋଲିପ୍ରକାଶ କରିବା ସହ ଏଭଳି ପ୍ରୟାସକୁସେମାନେ ପ୍ରଶଂସା କରିଥିଲେ ।ନିଜେ କିଟ୍ ବିଶ୍ୱବିଦ୍ୟାଳୟରଛାତ୍ରଛାତ୍ରୀ ହୋଇଥିବାରୁ ସେମାନେନିଜକୁ ଗୌରବ ମନେକରୁଛନ୍ତିବୋଲି କହିଥିଲେ । ଏହି ସମ୍ବର୍ଦ୍ଧନାସେମାନଙ୍କୁ ଆଗାମୀ ଦିନରେଅଲିମ୍ପିକ୍ସରେ ପଦକ ହାସଲ କରିବାଦିଗରେ ଉତ୍ସାହିତ କରିବ ବୋଲିସେମାନେ କହିଥିଲେ । ଏହିଅବସରରେ କ୍ରୀଡ଼ାବିତ୍ମାନଙ୍କୁସମ୍ବର୍ଦ୍ଧିତ କରି ଶ୍ରୀ ସାମନ୍ତ କହିଲେ,ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି ।ରାଜ୍ୟ ସରକାରଙ୍କୁ ଅନୁସରଣ କରିକିଟ୍ ଓ କିସ୍ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁଶିକ୍ଷା ସହ ସମସ୍ତ ପ୍ରକାର ପ୍ରୋତ୍ସାହନଓ ସହଯୋଗ ଯୋଗାଇ ଦେଇ ଆସୁଛିବୋଲି ଶ୍ରୀ ସାମନ୍ତ କହିଥିଲେ ।ବର୍ତ୍ତମାନ ସୁଦ୍ଧା କିଟ୍ ଓ କିସ୍ ୧୫
ଜଣ ଅଲିମ୍ପିଆନ୍ ସୃଷ୍ଟି କରିବା ସହ୫ହଜାରରୁ ଊଦ୍ଧ୍ୱର୍ ରାଜ୍ୟ, ଜାତୀୟ ଓଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍ ସୃଷ୍ଟିକରିପାରିଛି ବୋଲି ଶ୍ରୀ ସାମନ୍ତ
କହିଥିଲେ । କୁଳପତି ପ୍ରଫେସରସିଂହ କହିଲେ, କିଟ୍ ଓ କିସ୍ଯେଉଁଭଳି ଭାବେ କ୍ରୀଡ଼ା ଓକ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ ଯୋଗାଇଦେଇ ଆସୁଛି ତାହା ଅନ୍ୟ କୌଣସି
ବିଶ୍ୱବିଦ୍ୟାଳୟରେ ଦେଖିବାକୁମିଳେନାହିଁ । ଡ. ଗଗନେନ୍ଦୁ ଦାଶକ୍ରୀଡ଼ାବିତଙ୍କ ସଫଳତା ବିଷୟରେସୂଚନା ପ୍ରଦାନ କରି କହିଲେ,
୧୯ତମ ଏସିଆନ୍ ଗେମ୍ସରେ କିଟ୍ବିଶ୍ୱବିଦ୍ୟାଳୟର ୧୪ଜଣ ଖେଳାଳିଏସିଆନ୍ କ୍ରୀଡ଼ାରେ ଅଂଶଗ୍ରହଣକରିଥିବା ବେଳେ ୩୧ତମ ବିଶ୍ୱବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୪ଜଣ
ଖେଳାଳି ଅଂଶ ଗ୍ରହଣ କରିଥିଲେ ।କୌଣସି ଏକ ବିଶ୍ୱବିଦ୍ୟାଳୟରୁ ଏତେସଂଖ୍ୟକ କ୍ରୀଡ଼ାବିତ୍ ଅନ୍ତର୍ଜାତୀୟ
କ୍ରୀଡ଼ାରେ ଯୋଗଦେବା ପ୍ରଥମ ବୋଲିଡ. ଦାଶ ସୂଚନା ଦେଇଥିଲେ ।