ଗୋସାଗରେଶ୍ୱର ମନ୍ଦିର ଗଲେ ଶ୍ରୀଲିଙ୍ଗରାଜ

158

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଏକାମ୍ର କ୍ଷେତ୍ରସ୍ଥିତବିଭିନ୍ନ ଶକ୍ତିପୀଠରେ ରବିବାର ମହାଷ୍ଟମୀ ତିଥିପାଳିତ ହେଉଛି । ତେଣୁ ପୁରୁଣା ଭୁବନେଶ୍ୱରଚଳଚଞ୍ଚଳ ହୋଇପଡ଼ିଛି । ଏହା ଭିତରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଗୋସାଗରେଶ୍ୱର ମନ୍ଦିର ଯାତ୍ରା ବିଧିଏହି ଭିଡ଼କୁ ଆହୁରି ବେଶି ବାଇଛି । ରବିବାରମନ୍ଦିରରେ ଦ୍ୱିପ୍ରହର ଧୂପ ନୀତି ସମାହିତ ହେବାପରେ ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ପାର୍ବତୀ, ମା’ ଭୁବନେଶ୍ୱରୀ ଓ ଶ୍ରୀ ଅନନ୍ତବାସୁଦେବ ଗୋସାଗରେଶ୍ୱର ମନ୍ଦିରକୁ ଯାତ୍ରାକରିଥିଲେ । ସେବାୟତମାନେ ସୁସଜ୍ଜିତ ବିମାନ ଓପାଲିଙ୍କିରେ ବିଗ୍ରହମାନଙ୍କୁ ବସାଇ ଶୋଭାଯାତ୍ରାରେନେଇଥିଲେ । ସେଠାରେ ପୁଷ୍କରିଣୀରେବିଗ୍ରହମାନଙ୍କ
ସ୍ନାନବିଧି ନୀତି ସମ୍ପନ୍ନ କରିବା ସହପୂଜାର୍ଚ୍ଚନା କରାଯାଇଥିଲା । ଏହାପରେଗୋସାଗରେଶ୍ୱର ଦେବଙ୍କ ସହ ·ରି ଠାକୁରଙ୍କଭେଟ ଆଳତି ନୀତି କରାଯାଇଥିଲା । ଏହାପରେ·ରି ଠାକୁର ଗୋସାଗରେଶ୍ୱର ମନ୍ଦିରୁ ମେଲାଣିନେଇଥିଲେ । ବାଟରେ ଗୋଡ଼ି ପୋଖରୀସାହିନିକଟରେ ଠାକୁରମାନଙ୍କୁ ଭୋଗଲାଗିକରାଯାଇଥିଲା । ଏହାପରେ ମା’ ଭୁବନେଶ୍ୱରୀଙ୍କସେବାୟତଙ୍କ ଘରେ ଠାକୁରମାନେ ଭୋଗଖାଇଥିଲେ । ସେହିଭଳି ପୂର୍ବ ପରମ୍ପରା ଅନୁଯାୟୀସେବାୟତ ପରିବାର ତଥା ମନ୍ତ୍ରୀ ଅଶୋକଚନ୍ଦ୍ରପଣ୍ଡାଙ୍କ ଘର ସମ୍ମୁଖରେ ଠାକୁରମାନଙ୍କୁ ଭୋଗଲାଗିକରାଯାଇଥିଲା । ମନ୍ତ୍ରୀ ଶ୍ରୀ ପଣ୍ଡା ପାରମ୍ପରିକବେଶରେ ଠାକୁରଙ୍କ ଏହି ସେବାରେ ସାମିଲହୋଇଥିଲେ । ଏହାପରେ ସେବାୟତଙ୍କ ଗହଣରେଠାକୁରମାନେ ଲିଙ୍ଗରାଜ ମନ୍ଦିରକୁ ଫେରିଥିଲେ ।

Leave A Reply

Your email address will not be published.