ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ କୁସୁମଖୁଣ୍ଟି ସରସ୍ୱତୀ ବିଦ୍ୟା ମନ୍ଦିର ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ୧ ମାସ ଧରି ଇଂରାଜୀ ଓ ଗଣିତ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଘାଟିତ ହୋଇ ଯାଇଛି। ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କୁସୁମଖୁଣ୍ଟି ଇନ୍ଦ୍ରାବତୀ ଡିଭିଜନ ର ସହକାରୀ ଯନ୍ତ୍ରୀ ଆଦିତ୍ୟ ପଟ୍ଟନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଇଂରାଜୀ ଅଧ୍ୟାପକ କୋଡ଼ିଙ୍ଗା ପଞ୍ଚାନନ ଦୁରିଆ, ଯୁବ ଉଦ୍ୟୋଗପତି ବିବେକ ଅଗ୍ରୱାଲ, ଅଵସର ପ୍ରାପ୍ତ ଶିକ୍ଷକ ସତ୍ୟବାନ ପାଣିଗ୍ରାହୀ, ସମାଜସେବି ନରେଶ କୁମାର ପଣ୍ଡା, ଅଧ୍ୟକ୍ଷ ଇସିଏମ ରୂପେନ୍ଦ୍ର ସୁନାନୀ ମଞ୍ଚ ରେ ଉପସ୍ଥିତ ରହି ଇଂରାଜୀ ଓ ଗଣିତ ଶିକ୍ଷା ର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନିଜ ର ମତାମତ ପ୍ରଦାନ କରିଥିଲେ। ବିଦ୍ୟା ମନ୍ଦିର ର ସଭାପତି ବୃନ୍ଦାବନ ପୁଝାରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ରାମକୃଷ୍ଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟା ମନ୍ଦିର ର ପରମାନନ୍ଦ ବେମାଲ, ଭିକାରୀ ଚରଣ ବିଶି,ଦୁଷ୍ମନ୍ତ ପୁଝାରି, ଭୋଳାନାଥ ଗହୀର, ସନ୍ଧ୍ୟାରାଣୀ ମହାରଣା,ସ୍ନିଗ୍ଧା ଭଞ୍ଜ, ମିନାକ୍ଷୀ ବାଗ, ତରୁଣୀ ଗୋପାଳ, ସୁଲନ୍ନା ଦାସ,ବୈଶାଲି ନାଗ, ଗଗନେଶ୍ୱର ବେହେରା, ସବିତା ଭାଟି ପ୍ରମୁଖ ଗରୁଜି, ଗୁରୁମା, କର୍ମଚାରୀ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.