କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଙ୍ଗ ପଞ୍ଚୟତରେ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଥମ ମାଣ୍ଡିଆମଣ୍ଡିର ଶୁଭାରମ୍ଭ କରାଗଲା । କୋରାପୁଟ ଜିଲ୍ଲାରେ ୨୦୧୭ ମସିହାରୁ ମଣ୍ଡି ମାଧ୍ୟମରେ ମାଣ୍ଡିଆ କିଣା ଯାଉଛି । ପୂର୍ବେ ଚାଷୀ ମାନେ କମ ଦରରେ ମାଣ୍ଡିଆ ବିକ୍ରୀ କରୁଥିଲେ ଯାହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ କିପରି ଅଧିକ ଲାଭ ମିଳିବ ଓ ଚାଷୀ ମାନେ କିପରି ଅଧିକ ମାଣ୍ଡିଆ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବେ ତାକୁନେଇ ମଣ୍ଡି ବ୍ୟବସ୍ଥା କରାଗଲା । ବର୍ତ୍ତମାନ ଚାଷୀମାନେ ବିଭିନ୍ନ ଏନଜିଓ ମାନଙ୍କ ଠାରୁ ଉନ୍ନତ ପ୍ରଣାଳୀରେ କିପରି ମାଣ୍ଡିଆ ଚାଷ କରାଯିବ ସେବିଷ୍ୟରେ ତାଲିମ ନେଇ ଜୈବିକ ତଥା ରାସାୟନିକ ସାର ପ୍ରୟୋଗ ସହ ଶ୍ରୀ ପ୍ରଧତିରେ ଚାଷ କରି ଆଗ ଅପେକ୍ଷା ଅଧିକ ଅମଳ ପାଇପାରୁଥିବା ଓ ମଣ୍ଡିରେ ବିକ୍ରି କରି ଭଲ ଦିପଇସା ପାଇପାରୁଥିବାରୁ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେବା ଆରମ୍ଭ କଲେଣି। ପୂର୍ବାପେକ୍ଷା ଜିଲାରେ ମାଣ୍ଡିଆ ଚାଷର ମଧ୍ୟ ବୃଦ୍ଧି ଘଟିଛି। ଏସୁବୁ ପଛରେ ପ୍ରଗତି ନାମକ ଏନଜିଓ ଗୁରତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି । କୋରାପୁଟ ଜିଲ୍ଲାରେ ଅଧିକାଂଶ ଲୋକେ ମଣ୍ଡିଆରେ ପ୍ରସ୍ତୁତ ଖାଦ୍ୟକୁ ନିଜ ଦୈନିକ ଖାଦ୍ୟର ଏକ ଅଂଶ ଭାବେ ବ୍ୟବହାର କରିଥାନ୍ତି।ତେଣୁ ଗାଁ ଗହଳିରେ ବାସ କରୁଥିବା ଲୋକେ ନିଜ ଜମିରେ ନିଜ ବ୍ୟବହାର ପାଇଁ ମାଣ୍ଡିଆ ଚାଷ କରିଥାନ୍ତି । କିନ୍ତୁ ଆଜିକାଲି ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟକୁ ଧନୀ ଲୋକେ ମଧ୍ୟ ଗ୍ରହଣ କରିବାକୁ ଲାଗିଲେଣି ଫଳରେ ମାଣ୍ଡିଆର ଚାହିଦା ବୃଦ୍ଧି ପାଇଛି । ବର୍ତ୍ତମାନ କୋରାପୁଟ ଜିଲ୍ଲା ପ୍ରଶାସନ ଗର୍ଭବତୀ ମହିଳାଙ୍କୁ ମାଣ୍ଡିଆ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ଯାହା ଫଳରେ ଗର୍ଭସ୍ତ ଶିଶୁ ହୃଷ୍ଟ ପୃଷ୍ଟ ହୋଇ ଜନ୍ମନେବ । ଏହି ବର୍ଷ ଜିଲାରେ ୪୫ ଟି ମାଣ୍ଡିଆ ମଣ୍ଡି ଖୋଲାଯିବ ଓ ୭୨ ହଜାର କୁଇଣ୍ଟାଲରୁ ଉର୍ଦ୍ଧ୍ୱ ମାଣ୍ଡିଆ କିଣାଯିବା ପାଇଁ ଲକ୍ଷ ରଖାଯାଇଛି । ଗତବର୍ଷ ୨୫ ହଜାର କୁଇଣ୍ଟାଲ ଲିଣିବା ପାଇଁ ଲକ୍ଷ ରଖାଯାଇଥିଲା କିନ୍ତୁ ଏହା ବୃଦ୍ଧିଘଟି ୩୬ ହଜାର କୁଇଣ୍ଟାଲ କିଣାଯାଇଥିଲା । ମାଣ୍ଡିଆ କିଣିବା ନେଇ କିଛି ସ୍ୱର୍ତ୍ତ ମଧ୍ୟ ରଖାଯାଇଛି ଯାହା ମଣ୍ଡିଆକୁ ଭଲଭାବେ ସଫାସୁତୁରା କରି ଭଲରେ ଶୁଖାଇ ମଣ୍ଡିକୁ ନେବାକୁ ପଡିବ। ସଫା ମାଣ୍ଡିଆରେ ଜଳୀୟ ଅଂଶ ୧୨ ଶତାଂଶ ରୁ କମ ରହିବା ଦରକାର। ଏବର୍ଷ ଏଫଏକ୍ୟୁ ମାନର ମାଣ୍ଡିଆକୁ କ୍ୟୁଇଣ୍ଟାଲ ପ୍ରତି ୩୨୯୫ ଟଙ୍କା ଦର ଧାର୍ଯ୍ୟ କରାଯାଇଛି ଯାହା ଫଳରେ ଚାଷୀ ମାନେ ଖୁସି ଅନୁଭବ କରୁଥିବା ଦେଖାଯାଇଛି । ମଣ୍ଡିରେ ମାଣ୍ଡିଆ ବିକ୍ରୀ କରିବାପାଇଁ ପ୍ରଗତି ଏନଜିଓ ପକ୍ଷରୁ ଏକ ରଥ ବାହାର କରାଯାଇ ଚାଷୀଙ୍କ ନାମ ପଞ୍ଜିକୃତ କରାଯାଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.