କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ପୁଣି ରିମାଣ୍ଡରେ ଯିବେ ଶର୍ମିଷ୍ଠା

276

ଡୁମାଣୀ ଟିଭି ୩/୪: ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଥିବା ବେଳେ ଦିନକୁ ଦିନ ଗୋଟିଏ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଇତିମଧ୍ୟରେ କ୍ରାଇବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଛି । ଅଭିଯୁକ୍ତମାନଙ୍କୁ କ୍ରାଇମ୍ ସ୍ପଟକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି । ଏହା ମଧ୍ୟରେ ପୋଲିସକୁ ମାନସଙ୍କ ହତ୍ୟା ସମ୍ପର୍କିତ ଅନେକ ଅଜଣା ତଥ୍ୟ ମିଳିଛି କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ।
ଗତକାଲି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସମାପ୍ତ ହୋଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଏହି ମାମଲାର ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ । ତଦନ୍ତ ବେଳେ ଶର୍ମିଷ୍ଠାଙ୍କ ଘରୁ ନିରଞ୍ଜନଙ୍କର ଏକ ଡାଏରୀ ମିଳିଥିବା ବେଳେ ତାହା ଏହି ଘଟଣାକୁ ଆହୁରି ଅଧିକ ରହସ୍ୟାବୃତ୍ତ କରିଦେଇଛି । ସମସ୍ତଙ୍କ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ନେଇ ସମସ୍ତ ରହସ୍ୟ ଉପରୁ ପରଦା ହଟାଯିବ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.