ଏମସିଏ ଛାତ୍ରୀ ଆଶ୍ରୀତା ସେନାପତି ଆତ୍ମହତ୍ୟା ମାମଲା । ଗତକାଲି ଆଶ୍ରୀତା ଆତ୍ମହତ୍ୟା କରିଥିବା ବେଳେ ଆଜି ତାଙ୍କ ପ୍ରେମିକ ସତ୍ୟ ପ୍ରକାଶ ଦାସଙ୍କୁ ଅଟକ ରଖିଛି ସହିଦ ନଗର ଥାନା ପୋଲିସ । ସୂଚନା ଅନୁଯାୟୀ ଆଶ୍ରୀତାଙ୍କ ସ୍ୱିସାଇଡ ନୋଟ୍ ରେ ସତ୍ୟ ପ୍ରକାଶଙ୍କ ନାମ ଉଲ୍ଲେଖ ଥିଲା । ସେଥିରେ ପ୍ରେମିକ ସତ୍ୟ ପ୍ରକାଶ ନିର୍ଯ୍ୟାତନା ଯୋଗୁଁ ଆଶ୍ରୀତା ଆତ୍ମହତ୍ୟା କରିଛନ୍ତି ବୋଲି ମଧ୍ୟ ଉଲ୍ଲେଖଥିଲା । ଖବର ଅନୁସାରେ ଆଶ୍ରୀତା ଏବଂ ସତ୍ୟ ପ୍ରକାଶଙ୍କ ମଧ୍ୟରେ ୯ ବର୍ଷର ସମ୍ପର୍କ ଥିଲା । ଉଭୟେ ଗୋଟିଏ ଗ୍ରାମର ବାସିନ୍ଦା ଥିବା ବେଳେ ଦୁହିଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିଲା । କିନ୍ତୁ ଗତ କିଛି ବର୍ଷ ହେବ ଆଶ୍ରୀତା ଆଉ ଜଣେ ଯୁବକଙ୍କ ସହିତ କଥା ହେଉଥିବାରୁ ଏ ଦୁହିଙ୍କ ମଧ୍ୟରେ ବିବାଦ ଦେଖାଦେଲା । ଗତକାଲି ଆଶ୍ରୀତାଙ୍କ ଫୋନ କଲ୍ ରେକର୍ଡ ଚେକ୍ କରିଥିବା ବେଳେ ସତ୍ୟ ପ୍ରକାଶଙ୍କ ନାମ ସାମ୍ନକୁ ଆସିଥିଲା । ଯାହାଫଳରେ ସତ୍ୟ ପ୍ରକାଶଙ୍କୁ ବର୍ତମାନପୋଲିସ ଗିରଫ କରି ତର୍ଜମା ଆରମ୍ଭ କରିଛି ।
Sign in
Sign in
Recover your password.
A password will be e-mailed to you.