ଗୋଟିଏ ଦିନରେ ୮୭୨ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୯୧୧୨

310

ଭୁବନେଶ୍ୱର, ୧୭ ଜୁଲାଇ – ରାଜ୍ୟରେ ଗୋଟିଏ ଦିନରେ ୮୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୯୧୧୨ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୧୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୨୩୫ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୬୯୬ ରହିଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୦୯ ଜଣ ସଂଗରୋଧରୁ ଓ ୪୩୪ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ୪, ବାଲେଶ୍ୱର ଜିଲ୍ଲାରେ ୮, ବରଗଡ ଜିଲ୍ଲାରେ ୯, ଭଦ୍ରକ ଜିଲ୍ଲାରେ ୬, ବଲାଙ୍ଗୀର ଜିଲ୍ଲାରେ ୭, ବୌଦ୍ଧ ଜିଲ୍ଲାରେ ୧୧, କଟକ ଜିଲ୍ଲାରେ ୯୬. ଦେବଗଡ, ଜିଲ୍ଲାରେ ୨, ଢେଙ୍କାନାଳ ଜିଲ୍ଲାରେ ୧ ଗଜପତି ଜିଲ୍ଲାରେ ୩, ଗଂଜାମ ଜିଲ୍ଲାରେ ୮, ଜଗତସିଂହପୁର ଜିଲ୍ଲାରେ ୁ ୧୬ ,ଯାଜପୁର ଜିଲ୍ଲାରେ ୧୨, ଝାରସୁଗୁଡା ଜିଲ୍ଲାରେ ୧୨ . କଳାହାଣ୍ଡି ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୫, କେନ୍ଦ୍ରାପଡା ଜିଲ୍ଲାରେ ୮, କେନ୍ଦୁଝର ଜିଲ୍ଲାରେ ୧, ଖୋର୍ଧା ଜିଲ୍ଲାରେ ୨୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୧୨, ମୟୁରଭଂଜ ଜିଲ୍ଲାରେ ୫୯, ନୟାଗଡ ଜିଲ୍ଲାରେ ୧୯, ନୂଆପଡା ଜିଲ୍ଲାରେ ୭, ପୁରୀ ଜିଲ୍ଲାରେ ୧୯, ରାୟଗଡା ଜିଲ୍ଲାରେ ୬, ସମ୍ବଲପୁର ଜିଲ୍ଲାରେ ୩୭ , ସୋନପୁୁର ଜିଲ୍ଲାରେ ୨୬ ,ସୁନ୍ଦରଗଡ ଜିଲ୍ଲାରେ ୧୪୪ ଓ ଷ୍ଟେଟ ପୁଲରେ ୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୨ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।

Leave A Reply

Your email address will not be published.