ଚାଇନା ମୋବାଇଲ ଠାରୁ ଦୂରେଇଛନ୍ତି ଭାରତୀୟ ଗ୍ରାହକ: ଆଇଡିସି ରିପୋର୍ଟ
ନୂଆଦିଲ୍ଲୀ: ଭାରତୀୟମାନେଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଠାରୁଦୂରେଇବାରେ ଲାଗିଛନ୍ତି । ଇଣ୍ଟର
ନ୍ୟାଶନାଲ ଡାଟା କର୍ପୋରେଶନ(ଆଇଡିସି) ରିପୋର୍ଟ ଅନୁଯାୟୀ,୨୦୨୩ ବର୍ଷର ତୃତୀୟ ତ୍ରୟ
ମାସିକରେ ସାମସଙ୍ଗ ଏବଂ ଆପଲବ୍ରାଣ୍ଡେଡ ଫୋନର ବିକ୍ରି ସର୍ବାଧିକହୋଇଛି । ବଜାର ଅଂଶଧନ ଦୃଷ୍ଟିରୁ
ଏହି ଉଭୟ ସ୍ମାର୍ଟଫୋନ ବଜାରରେଆଧିପତ୍ୟ ବିସ୍ତାର କରିଛନ୍ତି । ଏହାପରେ ଚାଇନିଜ ସ୍ମାର୍ଟଫୋନ ବ୍ରାଣ୍ଡର
ସଂଖ୍ୟା ରହିଛି । ସାଧାରଣତଃଚାଇନାର ସ୍ମାର୍ଟଫୋନ ବ୍ରାଣ୍ଡଭାରତରେ ପ୍ରାଧାନ୍ୟ ବିସ୍ତାରକରିଥାଏ, କିନ୍ତୁ ଚଳିତ ବର୍ଷର
ଶେଷ କିଛି ତ୍ରୟମାସରେ ଚାଇନାରବ୍ରାଣ୍ଡର ବଜାର ଅଂଶଧନ ହ୍ରାସପାଇଛି । ବାସ୍ତବରେ, ବଜାର
ଅଂଶଧନ ଦୃଷ୍ଟିରୁ ସାମସଙ୍ଗ ବ୍ରାଣ୍ଡଶୀର୍ଷରେ ଅଛି । ଚଳିତ ବର୍ଷ ତୃତୀୟତ୍ରୟମାସରେ ସାମସଙ୍ଗର ବଜାର
ଅଂଶଧନ ୧୯.୭ ପ୍ରତିଶତ ଥିଲା,ଯାହା ସର୍ବାଧିକ ଅଟେ । କିନ୍ତୁ ଗତବର୍ଷ ତୁଳନାରେ ଏହା ୮.୪
ପ୍ରତିଶତ ହ୍ରାସ ହୋଇଛି । ଏହିତାଲିକାରେ ଆପଲ ଦ୍ୱିତୀୟ ସ୍ଥାନରେଅଛି । ତୃତୀୟ ତ୍ରୟମାସରେ
ଆପଲର ବଜାର ଅଂଶଧନ୧୭.୭ ପ୍ରତିଶତ ଥିଲା, ଯାହାଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ଗତ
ବର୍ଷ ତୁଳନାରେ ଏଥିରେ ୨.୫ପ୍ରତିଶତ ଅଭିବୃଦ୍ଧି ରେକର୍ଡକରାଯାଇଛି । ସାମସଙ୍ଗ ଏବଂ ଆପଲ
ପରେ ଜିଓମି ତୃତୀୟ ସ୍ଥାନ ଅଧିକାରକରିଛି । ଜିଓମିର ବଜାର ଅଂଶଧନ
୧୩.୭ ପ୍ରତିଶତ ହୋଇଛି,ଯେଉଁଥିରେ ଗତ ଏକ ବର୍ଷରେ ପ୍ରାୟ
୨.୪ ପ୍ରତିଶତ ଅଭିବୃଦ୍ଧି ରେକର୍ଡକରାଯାଇଛି । ଓପୋ ଚତୁର୍ଥ ସ୍ଥାନରେ
ଅଛି । ଓପୋର ବଜାର ଅଂଶଧନ୮.୯ ପ୍ରତିଶତ ହୋଇଛି । କିନ୍ତଚ ଗତ
ବର୍ଷ ତୁଳନାରେ ଏଥିରେ ୬.୫ପ୍ରତିଶତ ହ୍ରାସ ଘଟିଛି ।ଏହି
ତାଲିକାରେ ପଞ୍ଚମ ସ୍ଥାନରେଟ୍ରାନ୍ସସିଅନ କମ୍ପାନୀ ରହିଛି । ତିନୋଟି
ସ୍ମାର୍ଟଫୋନ ବ୍ରାଣ୍ଡ ଟେକ୍ନୋ, ଇନଫିନିକ୍ସ
ଏବଂ ଆଇଟେଲ ଏହି କମ୍ପାନୀର । ଏହିତିନୋଟିର ମିଳିତ କମ୍ପାନୀ
ଟ୍ରାନ୍ସସିଅନର ବଜାର ଅଂଶଧନ ୮.୬ପ୍ରତିଶତ ହୋଇଛି । ଗତ ବର୍ଷତୁଳନାରେ ଏଥିରେ ୩୫ ପ୍ରତିଶତଅଭିବୃଦ୍ଧି ରେକର୍ଡ କରାଯାଇଛି ।