ଚାଲିଛି କ୍ରାଇମବ୍ରାଞ୍ଚର ୩ୟ ଦିନ ଜେରା ମାନସ ହତ୍ୟାର ଆଜି ହୋଇପାରେ ସିନ୍ ରିକ୍ରିଏସନ୍‌

202

ଡୁମାଣୀ ଟିଭି ,୩୧/୩ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍ ଜେରା। ଆଜି ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ। ଡେମୋ ଦେଖାଇବେ ଶର୍ମିଷ୍ଠା। ଭୁବନେଶ୍ୱର ସୁନ୍ଦରପଦା ଦୟାଲ ଆଶ୍ରମ ପରେ ନୟାଗଡ଼ ରଣପୁରକୁ ଅଭିଯୁକ୍ତଙ୍କୁ ନେଇପାରେ। ରିମାଣ୍ଡର ତୃତୀୟ ଦିନରେ ଶର୍ମିଷ୍ଠା, ରଂଜନ, ନିରଞ୍ଜନ ଓ ଝୁନା ୪ ଜଣଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିବ କ୍ରାଇମବ୍ରାଞ୍ଚ।

ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ମୁହାଁମୁହିଁ ଜେରା ସମୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଚିପ୍ ନେଇ ଚାଲିଛି ତନାଘନା। ଶର୍ମିଷ୍ଠା ଚିପ୍ ପାଇନାହାଁନ୍ତି ହେଲେ ଭିଡିଓ ଭାଇରାଲ କରି ବିଭ୍ରାନ୍ତି କରୁଛନ୍ତି। ଚିପ୍ ନେଇ କ୍ରାଇମବ୍ରାଞ୍ଚର ପଚରାଉଚରା ଚାଲିଛି। ଶର୍ମିଷ୍ଠାଙ୍କର ଦୁଇଟି ଭିଡିଓ ପ୍ରାୟୋଜିତ ଓ ନିଜକୁ ତଥା ନିରଂଜନଙ୍କୁ ବଞ୍ଚାଇବାକୁ ଏହା କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।
ପ୍ରଥମ ଭିଡିଓରେ ଶର୍ମିଷ୍ଠା ମାନସଙ୍କ ସହଯୋଗୀ ଦୀପକଙ୍କ ସହ କଥା ହେଉଛନ୍ତି। ସେଥିରେ ସେ ଚିପ୍ ପାଇଥିବା କହୁଥିବାବେଳେ ଥାନାରେ ଅଣ୍ଡରଟେକିଙ୍ଗ ଲେଖି ମାନସଙ୍କୁ ଛାଡି ଦେଇଛନ୍ତି ବୋଲି କହୁଛନ୍ତି। ଅଣ୍ଡରଟେକିଂକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଏହା ଜଣେ ଅଭିଯୁକ୍ତର ହାତ ଲେଖା ବୋଲି ଜଣାପଡୁଛି। ସେହିଭଳି ୨ଟି ଭିଡିଓକୁ ମଧ୍ୟ ଯାଞ୍ଚ କରାଯାଉଛି। ଭିଡିଓରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା ଚାଲିଛି।
ଦ୍ୱିତୀୟ ଭିଡିଓଟି ନିରଞ୍ଜନଙ୍କ ଭଜନ ସୁଟିଙ୍ଗର ଦୃଶ୍ୟ ରହିଛି। ରାତିରେ ମଧ୍ୟ ହୋଟେଲରେ ସୁଟିଙ୍ଗ ହୋଇଥିଲା। ସେଥିରେ କିଛି ଅଶ୍ଲୀଳ ଦୃଶ୍ୟ ଥିବା ଚର୍ଚ୍ଚା ହେଉଛି। ଚିପ୍ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ। କିଏ ଭିଡିଓ ଭାଇରାଲ୍ କରୁଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.