କୁହାଯାଏ ପୋଲିସ ଜନସାଧାରଣଙ୍କ ସୁରକ୍ଷା ପାଇଁ ନିୟୁଜିତ ! ମାତ୍ର କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ପାଇଁ ହେଉଛି ବଦନାମ ଆଉ ଖାକିରେ ଲାଗୁଛି କଳଙ୍କ ! ଅପରାଧ ଓ ଚୋରି ରୋକିବେ କଣ ନିଜେ ଦିନ ଦିପ୍ରହରେ ଜେରେକ୍ସ ଦୋକାନରୁ ମୋବାଇଲ ଚୋରି କରୁଥିବାର ଦୃଶ୍ୟ ସ୍ଥାନିୟ ଆଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ! ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କସିଆ ମେରାଇନ ଥାନା ର ଜନୈକ କର୍ତଵ୍ୟରତ ହୋମଗାଡ଼ ଗୋବର୍ଦ୍ଧନ ମଳିକ ବାସୁଦେବପୁର ତାରିଣୀ ଛକରେ ଥିବା ଏକ ଜେରେକ୍ସ କରିବା ପାଇଁ ଦୋକାନକୁ ଯାଇଥିଲେ !
ସେତେବେଳେ ଦୋକାନୀର ଅନ୍ୟ ମାନକ୍ସ ର ସୁଯଗ ନେଇ ଜଣେ ଗ୍ରାହକର ମୋବାଇଲ ଚୋରୀ କରି ସେଠାରୁ ଫେରାର ହୋଇଯାଇଥିଲେ ! ଗ୍ରାହକ ଜଣକ ନିଜ ମୋବାଇଲ ନ ପାଇ ଦୋକାନରେ ଲାଗିଥିବା ସିସିକେମରା ଯାଞ୍ଚ କରିବା ପାଇଁ ଦୋକାନୀ କୁ କହିଥିଲେ ! ସିସି କେମରା ଯାଞ୍ଚ ପରେ ଧରା ପଡିଥିଲା ଭଦ୍ରମୁଖା ପିନ୍ଧା ହୋମଗାଡ଼ ଗୋବର୍ଦ୍ଧନ ମାଲିକଙ୍କ ଅସଲ ଚେହେରା ପ୍ରଥମେ ମୁଁ ମୋବାଇଲ ଚୋରି କରିନାହିଁ କହୁଥିବା ଏହି ଲୁଟେରା ହୋମଗାଡ଼ ଙ୍କୁ ସିସିଟିଭି ଦେଖାଇବା ପରେ ଚାକିରୀ ଚାଲିଯିବା ଭୟରେ ଗୋଡ଼ ହାତ ଧରି କକୁଟି ମିନତୀ କରିବା ସହ ମୋବାଇଲ ଫେରାଇ ଦେଇଥିଲେ ! ତାଙ୍କର ଏହି କଲକରନାମ କୁଆଡେ ପଦାରେ ପଡିଯିବ ସେଥିପାଇଁ ଗଣମାଧ୍ୟମ କୁ ଟଙ୍କାର ପ୍ରଲୋଭନ ଦେଖାଇ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ! ଏହି ଲୁଟେରା ହୋମଗାଡ଼ ଜଣକ ଏହି ଘଟଣା ପୋଲିସର ସ୍ୱଚ୍ଛତ୍ତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି ! ଘଟଣାକୁ ନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାର ସତ୍ୟତା ଥିବା କହିଥିଲେ ! ଏବେ ଦେଖାଯାଉ କି ପ୍ରକାର କାର୍ଯ୍ୟନୁଷ୍ଠାନ ନିଆ ଯାଉଛି ପୋଲିସ ପ୍ରଶାସନ ପକ୍ଷରୁ !
ଲୁଟେରା ହୋମଗାଡ଼ ଗୋବର୍ଦ୍ଧ ମଳିକ କୁ
ପୋଲିସ ବିଭାଗରୁ ଜିଲ୍ଲା ପ୍ରଶାସନ କରିବ କି ବହିଷ୍କାର ! ନା ବାଡ଼ ଖାଇବ କ୍ଷେତ ତାହା ଦେଖିବାକୁ ବାକି ରହିଲା !
Sign in
Sign in
Recover your password.
A password will be e-mailed to you.
Prev Post