ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବ + ୨ନାମ ଲେଖାଇବା ପାଇଁ ଆବେଦନ

180

ଭୁବନେଶ୍ୱର,୧୬/୦୭: + ୨ ରେ ନାମ ଲେଖାଇବା ପାଇଁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ ତାରିଖରୁ ଆବେଦନ କରିପାରିବେ। ପାଇଁ ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ସମୀର ରଞ୍ଜନ ଦାସ କହିଛନ୍ତି ସିବିଏସ୍‌ଇ/ଆଇସିଏସ୍‌ଇ ଜୁଲାଇ ୨୦ ତାରିଖ ପୂର୍ବରୁ ରେଜଲ୍ଟ ବାହାରିଯିବ ଯଦି ଛାତ୍ରଛାତ୍ରୀମାନେ ଚାହିଁବେ ସେମାନେ ଆବେଦନ କରିପାରିବେ। ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୁଏ,ତେବେ ନାମଲେଖା ପାଇଁ ଆବେଦନ ଅବଧି ବଢ଼ିପାରେ।

Leave A Reply

Your email address will not be published.