ଜୁଲାଇ ୬ ରେ ମାଟ୍ରିକ ରେଜଲ୍ଟ

160

ଆସନ୍ତା ଜୁଲାଇ ୬ ତାରିଖ ରେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । ଦିନ ୧ ଟା ରେ ରେଜଲ୍ଟ ବାହାରିବାକୁ ଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ମହାମାରୀ ଯୋଗୁଁ ଗତ ୨ ବର୍ଷ ହେଲା ଅନଲାଇନ ମାଧ୍ୟମରେ ପରିକ୍ଷା ହୋଇଥିବା ବେଳେ ଚଳିତ ବର୍ଷ ଛାତ୍ରଛାତ୍ରୀ ମାନେ ଅଫଲାଇନରେ ପରିକ୍ଷା ଦେଇଥିଲେ । ସୂଚନା ଅନୁସାରେ ଚଳିତ ବର୍ଷ ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରିକ୍ଷା ଦେଇଥିଲେ । ୫୮ ଟି କେନ୍ଦ୍ରରେ ପରିକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ହୋଇଥିବା ବେଳେ ତିନିଟି ପଦ୍ଧତିରେ ମୂଲ୍ୟାୟନ ହୋଇଛି । ସମ୍ମେଟିଭ୍ ଆସେସମେଂଟ-୧ ଏବଂ ଇଂଟରନାଲ ପରିକ୍ଷା ମାର୍କ କୁ ଦୁଇଗୁଣା କରି ପ୍ରଥମ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ବାହାରିବାକୁ ଥିବା ବେଳେ ଦ୍ୱିତୀୟ ମୂଲ୍ୟାୟନ ପଦ୍ଧତିରେ ସମେଟିଭ୍ ଆସେସମେଂଟ-୨ ର ମାର୍କ କୁ ଦୁଇ ଗୁଣା କରି ମୂଲ୍ୟାୟନ ହୋଇଛି । ସେହିପରି ତୃତୀୟ ତଥା ଶେଷ ମୂଲ୍ୟାୟନ ପଦ୍ଧତି ରେ ବୋର୍ଡ ଦ୍ୱାରା କରାଯାଇଥିବା ଇଂଟରନାଲରୁ ୨୦ ପ୍ରତିଶତ, ସମେଟିଭ୍‌-୧ ରୁ ୩୦ ପ୍ରତିଶତ ଏବଂ ସମେଟିଭ୍‌-୨ ରୁ ୫୦ ପ୍ରତିଶତ ମାର୍କ ମିଶି ରେଜଲ୍ଟ ଘୋଷଣା କରାଯିବ ।

Leave A Reply

Your email address will not be published.