ଜେଇଇ ମେନ୍‌ରେ କାବ୍ୟାଙ୍କ ରେକର୍ଡ

721

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ)ଦ୍ୱାରା ପରି·ଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ମେନ୍ ରେ ଫଳ ବୁଧବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି । ପରୀକ୍ଷା ପାଇଁ ୬ ଲକ୍ଷ ୧୯ ହଜାର ୩୬୮ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୫ଲକ୍ଷ ୯୦ହଜାର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୩ଜଣ ୧୦୦ ପର୍ସେଣ୍ଟାଇଲ ହାସଲ କରିଛନ୍ତି । ଦିଲ୍ଲୀର କାବ୍ୟା ଚୋପ୍ରା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ୩୦୦ରୁ ୩୦୦ ନମ୍ବର ହାସଲ କରି ଇତିହାସ ରଚିଛନ୍ତି ।

ସେ ପ୍ରଥମ ଛାତ୍ରୀମାନେ ଜେଇଇ ମେନ୍ ରେ ୧୦୦ ପର୍ସେଣ୍ଟାଇଲ ହାସଲ କରିଛନ୍ତି । କାବ୍ୟାଙ୍କ ବ୍ୟତୀତ ପଶ୍ଚିମବଙ୍ଗର ବ୍ରତିନ ମଣ୍ଡଳ, ତେଲେଙ୍ଗାନାର ବନ୍ନୁରୁ ରୋହିତ କୁମାର ରେଡ୍ଡୀ, ମଦୁର ଆଦର୍ଶ ରେଡ୍ଡୀ, ଜୋସୟୁଲା ଭେଙ୍କଟ ଆଦିତ୍ୟ, ବିହାରର କୁମାର ସତ୍ୟଦର୍ଶୀ, ତାମିଲନାଡୁର ଅଶ୍ୱିନ ଆବ୍ରାହମ, ରାଜସ୍ଥାନର ମୃଦୁଲ ଅଗ୍ରୱାଲ ଏବଂ ଜେନିଥ ମଲହୋତ୍ରା, ମହାରାଷ୍ଟ୍ରର ଅଥର୍ବ ଅଭିଜିତ ତାବଣ୍ଟ ଏବଂ ବକ୍ସି ଗାର୍ଗୀ ମାର୍କଣ୍ଡ ପ୍ରମୁଖ ଜେଇଇ ମେନ୍ ରେ ୧୦୦ ପର୍ସେଣ୍ଟାଇଲ ହାସଲ କରିଛନ୍ତି ।

Leave A Reply

Your email address will not be published.