ଟ୍ରକ୍‌ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା

180

ଟ୍ରକ୍‌ ଚଢ଼ାଇ ମାଆ ଝିଅଙ୍କୁ ହତ୍ୟା ଘଟଣା । ଯାଜପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ଏହି ଘଟଣା ଘଟିଥିବା ବେଳେ, ଆରୁହା ଛକରେ ମାଆ, ଝିଅ ଓ ଡ୍ରାଇଭର ମଧ୍ୟରେ ଝଗଡ଼ା ଲାଗିଥିଲେ । ଉକ୍ତ ଝଗଡ଼ାକୁ ଭିତି କରି ଏହି ହତ୍ୟା ହୋଇଥିବାର ସନ୍ଦେହ କରାଯାଉଛି । ତେବେ ଗତ ବୁଧବାର ଗାଡ଼ି ସାଇଡ୍‌ ମରାକୁ କେନ୍ଦ୍ର କରି ଟ୍ରକ୍ ଡ୍ରାଇଭର ଓ ମା, ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ମାଆ, ଝିଅ ସ୍କୁଟିରେ ଯାଉଥିବା ବେଳେ ଡ୍ରାଇଭର ତାଙ୍କ ଉପରେ ଟ୍ରକ୍‌ ମଡ଼ାଇ ଦେଇଥିଲା । ଏଥିରେ ସୁକିନ୍ଦା ଅଞ୍ଚଳର ଶ୍ରୀତିକା ଚକ୍ରବର୍ତ୍ତୀ ଓ ଝିଅ ସୋନାଲି ଚକ୍ରବର୍ତ୍ତୀ ପ୍ରାଣ ହରାଇଥିଲେ । ଶ୍ରୀତିକା ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ କେନ୍ଦ୍ରାପଡ଼ା ଯାଇଥିଲେ । ଝିଅ ସହିତ ସ୍କୁଟିରେ ଫେରିବା ବେଳେ ସାଇଡ୍‌ ମରାକୁ ନେଇ ଟ୍ରକ ଡ୍ରାଇଭରଙ୍କ ସହ ପାଟିତୁଣ୍ଡ ହୋଇଥିଲା ।ସେମାନଙ୍କ ଭିତରେ ହୋଇଥିବା ଝଗଡା ର ଭିଡିଓ ମୋବାଇଲରେ ସୁଟ୍‌ କରିଥିଲେ ଝିଅ ସୋନାଲି । ତେବେ ବର୍ତମାନ ସେହି ମୋବାଇଲକୁ ଜେନାପୁର ପୋଲିସ ଜବତ କରିଛି । ମୋବାଇଲକୁ ତଦନ୍ତ ପରିସର ଭୁକ୍ତ କରାଯିବ । ଯାହାଫଳରେ ଭିଡିଓଟି ହସ୍ତଗତ ହେଲେ, ଉଭୟଙ୍କ ମଧ୍ୟରେ ଝଗଡ଼ା କେତେ ଉଗ୍ର ହୋଇଥିଲା ତାହା ସ୍ପଷ୍ଟ ଭାବେ ଜଣାପଡିବା । ଅନ୍ୟପକ୍ଷରେ ଅଭିଯୁକ୍ତ ଡ୍ରାଇଭର ଅମର ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜେନାପୁର ପୋଲିସ । ସେପଟେ କେନ୍ଦ୍ର ମାନବାଧିକାର କମିଶନଙ୍କ ଟିମ୍ ତଦନ୍ତ କରିବା ସହ ଅଶୋକ ଚକ୍ରବର୍ତ୍ତୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଛନ୍ତି ଭାରତୀୟ ବିକାଶ ପରିଷଦର ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶ ।

Leave A Reply

Your email address will not be published.