ଡୁମାଣୀ ଟିଭି,୩/୪ : ଆଜି ପୁଣି ବଢିଲା ତୈଳ ଦର । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ରହିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇ ଆଜି ଏହା ୧୧୫.୯୦ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ ଦର ଲିଟର ପିଛା ୮୫ ପଇସା ବୃଦ୍ଧି ପାଇ ୧୦୫.୪୮ ଟଙ୍କାରେ ପହଞ୍ଚିଛି ।
ତେବେ ଗତ ୧୫ ଦିନ ମଧ୍ୟରେ ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ବଜାରରେ ଖାଦ୍ୟ ସାମଗ୍ରୀ ଦର ବଢିବାରେ ଲାଗିଛି । ଗାଁ ଗହଳିରେ ଲୋକେ ଆଉ ପନି ପରିବା ନେଇ ସହରକୁ ଆସିବା ଲାଗି ଇଚ୍ଛା କରୁ ନାହାନ୍ତି । ତେବେ ପଡୋଶୀ ରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲାରେ ତୈଳ ଦର ୫ ରୁ ୬ ଟଙ୍କା ପର୍ୟ୍ୟନ୍ତ କମ ରହିଛି । ଯାହାକୁ ନେଇ ମାଲକାନଗିରି ଜିଲ୍ଲାର ଗ୍ରାହକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟ ସରକାର ଟିକସ କମ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.