ଭୁବନେଶ୍ୱର : ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଥିବା ସୁନୀଲ ବଂଶଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଅପରାହ୍ନରେ ସେ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ଅବସରରେ ସେ ରାଜ୍ୟ ପୁଲିସ୍ର ବରିଷ୍ଠ ଅଧିକାର ମାନଙ୍କୁ ଭେଟିଥିଲେ। ଓଡ଼ିଶାର ଡିଜିପି ଭାବେ ନିଯୁକ୍ତି ପାଇବା ପରେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ସୁନୀଲଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲେ କେନ୍ଦ୍ର ସରକାର। ଗତକାଲି ସେ ଓଡ଼ିଶା ଆସିଥିଲେ। ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ। ଡିଜିପି ଦୌଡ଼ରେ ସୁନୀଲ ବଂଶଲଙ୍କ ସହିତ ୧୯୮୬ ବ୍ୟାଚ୍ର ଆଇପିଏସ୍ ପ୍ରଦୀପ କପୁର ଓ ୧୯୮୮ ବ୍ୟାଚ୍ର ମନୋଜ ଛାବ୍ରାଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା। ଶେଷରେ ସୁନୀଲଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Sign in
Sign in
Recover your password.
A password will be e-mailed to you.