ଡୁମାଣୀ ଟିଭି,୧୦/୪:ଆଜି ପବିତ୍ର ଶ୍ରୀରାମ ନବମୀ। ଏହି ଅବସରରେ ପୁରୀ କୁମ୍ଭାରପଡ଼ା ଅଞ୍ଚଳର ଯୁବ କଳାକାର ଶାଶ୍ଵତ ରଞ୍ଜନ ସାହୁ ଦିଆସିଲି କାଠିରେ ଅଯୋଧ୍ୟା ମନ୍ଦିର ତିଆରି କରିଛନ୍ତି। ୧୪୨୩ ଟି ଦିଆସିଲି କାଠିରେ ୧୪ ଦିନରେ ଶାଶ୍ବତ ଏହି କଳାକୃତି ଟି ତିଆରି କରିଛନ୍ତି। ଏହି କଳାକୃତିର ଉଚ୍ଚତା ୨୦ ଇଞ୍ଚ, ଲମ୍ବ ୩୫ ଇଞ୍ଚ ଓ ପ୍ରସ୍ଥ ୨୬ ଇଞ୍ଚ ରହିଛି। ମୁଖ୍ୟ ମନ୍ଦିର ସମ୍ମୁଖରେ ୩ଟି ଓ ଉଭୟ ପାର୍ଶ୍ଵରେ ଗୋଟିଏ ଲେଖାଏଁ ମନ୍ଦିର ରହିଛି। ତେବେ ଶାଶ୍ବତ ଏହି କଳାକୃତି ଟି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବାକୁ ମନସ୍ଥ କରିଥିବା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.