ନନ୍ଦନକାନନର ନୂଆ ଅତିଥ

139

ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଦୀର୍ଘ ୯ବର୍ଷ ପରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକମାନେ କାସ୍ୱାରିପକ୍ଷୀ ଦେଖିବାକୁ ପାଇବେ ।ହାଇଦ୍ରାବାଦରୁ ନନ୍ଦନକାନନ କର୍ତ୍ତୃପକ୍ଷହଳେ କାସ୍ୱାରି ପକ୍ଷୀ (ଗୋଟିଏ ମାଈ,ଗୋଟିଏ ଅଣ୍ଡିରା) ଆଣିଛନ୍ତି । ଏବେସେମାନଙ୍କୁ ପ୍ରାଣୀ ଚିକିତ୍ସା କେନ୍ଦ୍ରରକ୍ୱାରେଣ୍ଟାଇନ୍ ହୋମରେ ରଖାଯାଇଛିଏବଂ ପରେ ସେମାନଙ୍କୁ ସ୍ୱତନ୍ତ୍ରଖୁଆଡ଼ରେ ଛଡ଼ାଯିବ । ୨୦୦୦ ମସିହାବେଳକୁ ଏଠାରେ ୨ଟି ମାଈ କାସ୍ୱାରିପକ୍ଷୀ ଥିଲେ । ୨୦୧୩ ଅକ୍ଟୋବର୧୮ରେ ଗୋଟିଏ ଓ ୨୦୧୪ନଭେମ୍ବର ୬ରେ ଅନ୍ୟଟିର ମୃତ୍ୟୁହୋଇଥିଲା । ସେବେଠୁପର୍ଯ୍ୟଟକମାନେନନ୍ଦନକାନନରେକାସ୍ୱାରିଦେଖିପାରୁନଥିଲେଉପନିଦେ୍ର୍ଦଶକଙ୍କସୂଚନାନୁସାରେ ଏହି ପକ୍ଷୀ ସାଧାରଣତଃଗ୍ରୀଷ୍ମ ମଣ୍ଡଳ ଜଳବାୟୁ ଅଞ୍ଚଳ ଯଥାପପୁଆ ନିୟୁ ଗୁଏନା, ଅଉରା ଆଇସ୍ଲାଣ୍ଡ(ମାଲୁକା) ଓ ଉତ୍ତର-ପୂର୍ବ ଅଷ୍ଟ୍ରେଲିଆଅଞ୍ଚଳରେ ଦେଖିବାକୁ ମିଳନ୍ତି ।ଏମାନେ ତୃଣ, ପତ୍ର ଓ ବିଭିନ୍ନ ଫଳରମଞ୍ଜି ଖାଇବା ସହ ମୂଷା, ଏଣ୍ଡୁଅ,କୀଟପତଙ୍ଗ ଆଦି ଆହାର କରନ୍ତି ।ଡେଣା ନ ଥିବାରୁ ଉଡ଼ିପାରନ୍ତି ନାହିଁ ।ଏମାନଙ୍କର ବେକ ଲମ୍ବା । ବେକଠାରମୁଣ୍ଡ ପର୍ଯ୍ୟନ୍ତ ଆକର୍ଷଣୀୟ ନାଲି ପକ୍ଷୀଥାଏ । ମୁଣ୍ଡ ଉପରେ ଚୂଳ ଓ ବେକତଳେ ଟାଇ ସଦୃଶ ପକ୍ଷୀ ଓହଳିରହିଥାଏ । ଏମାନଙ୍କ ଲମ୍ବା ଗୋଡ଼ବେଶ୍ ଶକ୍ତ ଏବଂ ନଖ ଆକ୍ରମଣସମୟରେ ଆୟୁଧ ସଦୃଶ କାମକରିଥାଏ । ଏମାନେ ମଣିଷକୁ ଆକ୍ରମଣକରି ମାରିଦେବା ଉଦାହରଣ ରହିଛି ।ମେ ଓ ଜୁନ୍ ଏମାନଙ୍କର ମିଳନସମୟ । ମାଈ ଥରକୁ ୮ଟି ପର୍ଯ୍ୟନ୍ତ ବଡ଼ଅଣ୍ଡା ଦାନ କରିଥାଏ । ଅଣ୍ଡାର ବର୍ଣ୍ଣଉଜ୍ଜ୍ୱଳ ନୀଳ କିମ୍ୱା ପତ୍ର ରଙ୍ଗ ମିଶାହୋଇଥାଏ । ୫୦ରୁ ୫୨ ଦିନ ଭିତରେଅଣ୍ଡା ଫୁଟିଥାଏ । ଏମାନଙ୍କ ହାରାହାରି ଆୟୁ୨୦ରୁ ୪୦ ବର୍ଷ । ଏମାନେ ସର୍ବାଧିକ୯୦ କେଜି ଓଜନ ଓ ୬ ଫୁଟ୍ ଉଚ୍ଚତାବିଶିଷ୍ଟ ହୋଇଥାଆନ୍ତି । ହାଇଦ୍ରାବାଦରୁଆସିଥିବା ଏହି ହଳକ ପକ୍ଷୀରୁ ବଂଶବୃଦ୍ଧିହେବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.