ଦୁର୍ନୀତି ବିରୋଧରେ ଲଢିବା ପାଇଁ ନବୀନଙ୍କ ଆହ୍ୱାନ

135

ବେନାମୀ ଡିଜିଟାଲ କାରବାରରେ ଲାଗିବ ରୋକ୍ଦ୍ଭ କର୍କଟରୂପୀ ଦୁର୍ନୀତି ଉପରେ ଆବଶ୍ୟକ ସର୍ଜିକାଲ ଷ୍ଟ୍ରାଇକ୍ : ଜେଠୱାଦ୍ଭ ଅଫିସରଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ନେଲେ ଶପଥ
ଭୁବନେଶ୍ୱର,୩୦ା୧୦(ଡିକେ ନୁ୍ୟଜ):ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଆହ୍ୱାନ । ଦୁର୍ନୀତି ନିବାରଣ
ସଚେତନତା ସପ୍ତାହ ୨୦୨୩ ପାଳନଅବସରରେ ଲୋକସେବା ଭବନରେଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଯୋଗଦେଇ ଏହି ଆହ୍ୱାନ ଦେଇଛନ୍ତି । ଦୁର୍ନୀତି
ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣକରାଯାଇଛି । କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁରାଜ୍ୟ ସରକାର ·କିରିରୁ ବିଦା କରିଛନ୍ତି ।ଦୁର୍ନୀତି ପାଇଁ କିଛି ଅଧିକାରୀଙ୍କୁ
ବାଧ୍ୟତାମୂଳକ ଅବସର ଦିଆଯାଇଛି । ମୋସରକାର ଜରିଆରେ ଲୋକଙ୍କୁ ସଶକ୍ତ କରିବାଆମର ଲକ୍ଷ୍ୟ । ସାରା ଦେଶରେ ଓଡ଼ିଶାଭିଜିଲାନ୍ସ ୧ ନମ୍ବର ସ୍ଥାନରେ ଥିବାରୁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକାଶକରିଥିଲେ । ନୂଆ ତରିକାରେ ଏବେ ଦୁର୍ନୀତିଆପଣାଉଛନ୍ତି ବଡ଼ବଡ଼ ଅଧିକାରୀ । ନିଜନାଁରେ ସମ୍ପତ୍ତି ଠୁଳ ନ କରି ବେନାମୀ
କାରବାର କରୁଛନ୍ତି । ମନି ଲଣ୍ଡରିଂ ଓ କ୍ରିପ୍ଟୋକରେନ୍ସିଂ ମାଧ୍ୟମରେ ନିବେଶ କରୁଛନ୍ତି । ଏହାଉପରେ ନଜର ରଖିବା ସହିତ ଦୁର୍ନୀତିକୁଧରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିଜିଲାନ୍ସକୁ
ନିଦେ୍ର୍ଦଶ ଦେଇଛନ୍ତି । ୫-ଟି ଇନିସିଏଟିଭ୍ରେସ୍ୱଚ୍ଛତା ରହିଛି । ମୋ ସରକାର ଅଧିନରେଲୋକଙ୍କ ଠାରୁ ସିଧାସଳଖ ଫିଡ୍ବ୍ୟାକ୍ନିଆଯାଉଛି । ତାରି ଆଧାରରେ ଅନେକ
ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନନିଆଯାଉଛି । ତେଣୁ ଆଗକୁ ନୂଆ ସଶକ୍ତଓଡ଼ିଶା ଗଠନ ପାଇଁ ଦୁର୍ନୀତି ବିରୋଧରେଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନଜଣାଇଛନ୍ତି । ଦୁର୍ନୀତି ମାମଲାର ଶୀଘ୍ରଫଇସଲା ଦିଗରେ ରାଜ୍ୟର ସବୁ ଭିଜିଲାନ୍ସକୋର୍ଟକୁ ଡିଜିଟାଇଜେସନ କରାଯାଇଛି ।
ସରକାର ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସନୀତି ଆପଣାଇଛନ୍ତି । କିଛି ଦୁର୍ନୀତିଗ୍ରସ୍ତଅଧିକାରୀଙ୍କୁ ରାଜ୍ୟ ସରକାର ଚାକିରିରୁ ବିଦାକରିଥିବା ବେଳେ ଆଉ କିଛି ଅଧିକାରୀଙ୍କୁ
ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହିଅବସରରେ ଦୁର୍ନୀତି ବିରୋଧରେ ଲଢ଼େଇପାଇଁ ସରକାରୀ ଅଧିକାରୀମାନେଶପଥପାଠ କରିଥିଲେ । ଭିଜିଲାନ୍ସ
ନିଦେ୍ର୍ଦଶକ ଯଶୱନ୍ତ ଜେଠୱା କହିଥିଲେ,ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିକୁକଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି । ବହୁଦୁର୍ନୀତି ମାମଲାର ପର୍ଦ୍ଦାଫାସ୍ କରିଛି ଓଡ଼ିଶା
ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳମାମଲାରେ ୭୭ପ୍ରତିଶତ ସଫଳତାମିଳିଛି । ସବୁ ଭିଜିଲାନ୍ସ କୋର୍ଟକୁଡିଜିଟାଇଜେସନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ୱକୁ ପ୍ରଶଂସାକରିଥିଲେ ଭିଜିଲାନ୍ସ ଡିଜି । କହିଥିଲେ,ଦୁର୍ନୀତି ହେଉଛି କର୍କଟ ସଦୃଶ । ଏହାରସଫଳ ଚିକିତ୍ସା ଦରକାର । ନୂଆ ଓଡ଼ିଶା
ସ୍ୱପ୍ନକୁ ସଫଳ କରିବା ପାଇଁ ଓଡ଼ିଶାଭିଜିଲାନ୍ସ କାମ କରିବ । ମୁଖ୍ୟ ଶାସନସଚିବ ପ୍ରଦୀପ ଜେନା କହିଥିଲେ, ଦୁର୍ନୀତିବିରୋଧରେ ଓଡ଼ିଶା ସରକାର ଲଢ଼େଇ ଜାରିରଖିଛନ୍ତି । ଦୁର୍ନୀତି ମାମଲାରେ ଓଡ଼ିଶାଭିଜିଲାନ୍ସର କାମ ପ୍ରଶଂସନୀୟ । ଏହିଅବସରରେ କମ୍ପ୍ୟୁଟର ବେସଡ ତଦନ୍ତରଶୁଭାରମ୍ଭ ହୋଇଛି । ରାଉରକେଲା ଓବାଲେଶ୍ୱର ଭିଜିଲାନ୍ସ ଅଫିସ ଲୋକାର୍ପଣ
ସହିତ କଟକ ଭିଜିଲାନ୍ସ ଡିଭିଜନକୁ ଶ୍ରେଷ୍ଠଡିଭିଜନ ଭାବେ ସମ୍ମାନିତ କରାଯାଇଛି । ସବୁଜିଲ୍ଲାରୁ ସରକାରୀ କର୍ମଚାରୀ, ସ୍କୁଲ-କଲେଜ
ଛାତ୍ରଛାତ୍ରୀ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ,ସ୍ୱୟଂସହାୟକ ଗୋଷ୍ଠୀ ଓ ଜନସାଧାରଣଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ ଦୁର୍ନୀତିହଟାଇବା ପାଇଁ ଶପଥପାଠ କରିଥିଲେ ।

Leave A Reply

Your email address will not be published.