ଦ୍ଵିତୀୟ ବିବାହ ପାଇଁ ସରକାରୀ କର୍ମଚାରୀମାନଙ୍କୁ ନେବାକୁ ପଡିବ ଅନୁମତି
ପାଟନା , ୧୬/୦୭: ସାରକାରି କର୍ମଚାରୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ବିହାର ସରକାର |ଦ୍ୱିତୀୟ ଥର ବିବାହ କରିବାକୁ ଚାହୁଁଥିବା ସରକାରୀ କର୍ମଚାରୀମାନେ ନିଜ ନିଜ ବିଭାଗକୁ ଅବଗତ କରାଇବେ ଏବଂ ଆବଶ୍ୟକ ଅନୁମତି ପାଇବା ପରେ ହିଁ ବିବାହ କରିପାରିବେ |ସମସ୍ତ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ବୈବାହିକ ସ୍ଥିତି ସମ୍ପର୍କରେ ସୂଚନା ଦେବା ଓ ଆବଶ୍ୟକ ଅନୁମତି ପାଇବା ପରେ ହିଁ ଦ୍ୱିତୀୟ ବିବାହ କରିପାରିବେ ରାଜ୍ୟ ସରକାର ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ଥର ବିବାହ କରିବାକୁ ଯୋଜନା ରଖିଥିବା ସରକାରୀ କର୍ମଚାରୀ ମାନଙ୍କ ପାଇଁ ପ୍ରଥମେ ଆଇନଗତ ସନ୍ଧାନ କରାଯିବ । ଯଦି କର୍ମଚାରୀଙ୍କ ପ୍ରଥମ ପତ୍ନୀ କିମ୍ବା ପିଲାମାନେ ଆପତ୍ତି କରନ୍ତି, ତେବେ ଦ୍ୱିତୀୟ ପତ୍ନୀ କିମ୍ବା ସ୍ୱାମୀଙ୍କୁ ସରକାରୀ ସମସ୍ତ ସୁବିଧା ପାଇବାରୁ ବଂଚିତ ହେବେ । ଯଦି ଜଣେ ସରକାରୀ କର୍ମଚାରୀ ସଂପୃକ୍ତ ବିଭାଗର ଅନୁମତି ନ ନେଇ ଦ୍ୱିତୀୟ ଥର ବିବାହ କରନ୍ତି ଏବଂ ସେବା କାଳରେ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କର ଦ୍ୱିତୀୟ ପତ୍ନୀ ଏବଂ ସେମାନଙ୍କ ପିଲାମାନଙ୍କୁ ଚାକିରି ପାଇବାକୁ ଅଧିକାର ଦିଆଯିବ ନାହିଁ। ପ୍ରଥମ ପତ୍ନୀଙ୍କ ପିଲାମାନଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଦେବେ। ସାଧାରଣ ପ୍ରଶାସନ ସମସ୍ତ ବିଭାଗୀୟ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ, ସବ-ଡିଭିଜନାଲ ମାଜିଷ୍ଟ୍ରେଟ, ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ଡିଜିପି ହୋମ ଗାର୍ଡ, ଡିଜିପି ଜେଲ, ଏବଂ ପ୍ରତ୍ୟେକ ସମ୍ପୃକ୍ତ ଅଧିକାରୀ ନିଜ ନିଜ ଅଧୀନରେ ସମାନ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି |