ନଦୀ ବନ୍ଧ ତଳକୁ ଖସିଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର

183

ଆଜି ମଧ୍ୟାହ୍ନରେ ଏକ ଟ୍ରାକ୍ଟର ବେଆଇନଭାବେ ବାଲି ନେଇ ଯାଉଥିବା ସମୟରେ ନଦୀ ବନ୍ଧ ରାସ୍ତାରେ ଭାରସାମ୍ୟ ହରାଇ ଏକ ବାଇକକୁ ଧକ୍କା ଦେଇ ବନ୍ଧ ତଳକୁ ଖସି ପଡିଥିଲା । ଫଳରେ ୨ଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଟ୍ରାକ୍ଟରଟି ବନ୍ଧ ତଳକୁ ଯାଇ ଏକ ମନ୍ଦିର ଭିତରକୁ ପଶି ଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଆଇନ ବାଲି ଚାଲାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ଏକ ଟ୍ରାକ୍ଟର ନମ୍ବର (ଓଡି୦୪ଏଚ୭୮୩୩) ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୋତପୁର-କାଏମା କେଲୁଅ ନଦୀ ବନ୍ଧ ଗୋପନଗର ନିକଟରେ ବାଲି ଉତୋଳନ କରି ଆସୁଥିଲା । ଗୋପନଗର ନିକଟରେ ବନ୍ଧ ଉପରେ ଟ୍ରାକ୍ଟରଟି ବାଇକକୁ ଧକ୍କା ଦେଇ ନଦୀ ବନ୍ଧ ତଳକୁ ଖସି ପଡି ଏକ ମନ୍ଦିର ଭିରକୁ ପଣି ଯାଇଥିଲା । ସ୍ଥାନୀୟ ଲୋକେ ୨ ବାଇକ ଆରୋହୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଏହି ବେଆଇନ ବାଲି ଚାଲାଣକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହିତ କିଛି ସମୟ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିବା ସହ ଏନେଇ ତଦନ୍ତ ଚଳାଇଛି ।

Leave A Reply

Your email address will not be published.