ପାରାଦୀପ : ଜଗତସିଂହପୁର ଜିଲ୍ଲା ପାରାଦୀପର ବାଲିଝରା କ୍ରିକରେ ମାଛ ମଡ଼କ। କୂଳରେ ପଡ଼ି ରହିଛି କୁଢ଼ କୁଢ଼ ମାଛ। ଲୋକମାନେ କୁଇଣ୍ଟାଲ କୁଇଣ୍ଟାଲ ମାଛକୁ ଘରକୁ ବୋହି ନେଇ ଯାଉଛନ୍ତି। ରୋହି ଭାକୁର ବିଭିନ୍ନ ପ୍ରଜାତିର ବଡ଼ ବଡ଼ ମଲା ମାଛ ପାଣିରୁ ଛାଣି ନେଇଯାଉଛନ୍ତି। ତେବେ ମାଛ ମଡ଼କର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଅନୁସନ୍ଧାନ ପରେ ମାଛ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରାଜ୍ୟ ପ୍ରଦୁଶିଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ଜଣେ ମତ୍ସ୍ୟ ଜୀବୀ କହିଛନ୍ତି, କିଏ ଏଠାରେ ବିଷ ପକାଇ ଦେଇଛି। ଯାହାଫଳରେ ମାଛ ଗୁଡ଼ିକ ମରି ଭାସୁଛନ୍ତି। ୩ରୁ୪ ଦିନ ହେବ ଅଳ୍ପ ଅଳ୍ପ ମାଛ ମରି ଭାସୁଥିଲେ। ଆଜି କୁଇଣ୍ଟାଲ କୁଇଣ୍ଟାଲ ମାଛ ମରି ଭାସୁଛନ୍ତି। ଆଜି ସକାଳେ ଜାଲ ପକାଇବାକୁ ଆସିବା ବେଳେ ମାଛ ଗୁଡ଼ିକ ମରି ପଡ଼ିଥିବା ଦେଖିବାକୁ ପାଇଥିଲୁ।
Sign in
Sign in
Recover your password.
A password will be e-mailed to you.