ପୁଟିନଙ୍କୁ ଅଙ୍କଲ ଡାକି ଦେବୁ କହି ଜଣେ ରେଡିଓ ଆଙ୍କର ଚର୍ଚ୍ଚାରେ

557

ଡୁମାଣୀ ଟିଭି ,୨୯/୩ : ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ମଧ୍ୟରେ କଜାକିସ୍ତାନରେ ଜଣେ ରେଡିଓ ହୋଷ୍ଟଙ୍କୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଉପରେ ଟିପ୍ପଣୀ ଦେବା ମହଙ୍ଗା ପଡ଼ିଛି। ରେଡିଓ ହୋଷ୍ଟ ଫେସ୍ବୁକ୍ରେ ଯୁକ୍ତ ତର୍କ ବେଳେ କହିଥିଲେ ଯେ ଯଦି ଆପଣ ଅଧିକ କଥାବାର୍ତ୍ତା କରିବେ ତେବେ ଆକ୍ରମଣ କରିବାକୁ ଅଙ୍କଲ ବୋବା(ପୁଟିନ୍)ଙ୍କୁ ଡାକି ଦେବୁ। ୟୁକ୍ରେନ୍ରେ ଯୁଦ୍ଧକୁ ନେଇ ଫେସ୍ବୁକ୍ରେ ୟୁକ୍ରେନ୍ ଓ ରୁଷ୍ ସମର୍ଥକଙ୍କ ମଧ୍ୟରେ ଅନ୍ଲାଇନ୍ରେ ଗରମାଗରମ ତର୍କ ଚାଲିଥିବା ବେଳେ ଏଭଳି ମନ୍ତବ୍ୟ ଦେବା ଆଙ୍କରଙ୍କୁ ଭାରି ପଡ଼ିଛି। ପୁଟିନ୍ଙ୍କ ଉପରେ ଏଭଳି ଟିପ୍ପଣୀ ଦେବା ପରେ ୟୁରୋପା ପ୍ଲସ୍ କଜାକିସ୍ତାନ ରେଡିଓ ଷ୍ଟେସନ୍କୁ ସମସ୍ତେ ଟ୍ରୋଲ କରିବା ଆରମ୍ଭ କରିଥିଲେ। ତା’ପରେ ରେଡିଓ ଷ୍ଟେସନ୍ ପକ୍ଷରୁ ହୋଷ୍ଟ ମେଜବାନ୍ ହୁସେବ ପନୋବାଙ୍କ ଫେସ୍ବୁକ୍ କମେଣ୍ଟକୁ ଡିଲିଟ୍ କରାଯାଇଥିଲା। ସୋମବାର ଦିନ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତେବେ ମାମଲାରେ ପନୋବା କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି। କଜାକିସ୍ତାନ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣକୁ ନେଇ ଆଲୋଚନା କରିବାକୁ ଏବେ ମନା କରି ଦେଇଥିଲେ ମଧ୍ୟ କଜାକିସ୍ତାନର ରାଷ୍ଟ୍ରପତି କାସିମ୍ ଜୋମାର୍ତ ତୋକାୟେବ ଚଳିତ ମାସ କହିଥିଲେ ଯେ ସବୁ ଦେଶକୁ ସଂଯୁକ୍ତ ରାଷ୍ଟ୍ର ଚାର୍ଟର ମାନଦଣ୍ଡ ଓ ସିଦ୍ଧାନ୍ତକୁ କଡ଼ାକଡ଼ି ପାଳନ କରିବା ଉଚିତ୍।

Leave A Reply

Your email address will not be published.