ପୁଣି ଏକ ଲୋମହର୍ଷଣକାରୀ ଖବର ସାମ୍ନାକୁ ଆସିଛି । ରାଜଧାନୀରେ ପୁଣି ଏକ ଛାତ୍ରୀଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ । ତେବେ ଛାତ୍ରୀ ଜଣକ ଗାନ୍ଧୀ ଇଂଞ୍ଜିନିୟରିଂ କଲେଜ ଏମ୍ସିଏ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ ବିହାର ରେ ସେ ରହୁଥିବା ଭଡା ଘରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ନାମ ହେଉଛି ଆଶ୍ରିତା ସେନାପତି । କହିବାକୁ ଗଲେ ବର୍ତମାନ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମ ହତ୍ୟା ପରଦା ଏପର୍ଯ୍ୟନ୍ତ ନ ଉଠିଥିବା ବେଳେ ଆଉ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ପୋଲିସ ପାଇଁ କେ ବଡ ଚ୍ୟାଲେଞ୍ଜ ହୋଇଯାଇଛି । ତେବେ ଏହା ହତ୍ୟା କି ଆତ୍ମ ହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ମୃତ ଦେହ ଉଦ୍ଧାର କରି ତନାଘନା ଆରମ୍ଭ କରିଛି ।
Sign in
Sign in
Recover your password.
A password will be e-mailed to you.