ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

174

ଆଜି ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । ଚଳିତ ବର୍ଷ ଜୁନ ମାସ ୨୩ ତାରିଖରେ ଆରମ୍ଭ ହୋଇଥିବା ଜେଇଇ ମେନ୍ ପରିକ୍ଷାର ଫଳ ଆଜି ପ୍ରକାଶ ପାଇଛି । ପରିକ୍ଷାର୍ଥୀମାନେ ଏନ୍‌ଟିଏ ର ଅଫିସିଆଲ ୱେବସାଇଟ୍ ହରରଜ୍ଞବସଦ୍ଭ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭ ସାହାର୍ଯ୍ୟରେ ନିଜର ଫଳାଫଳ ଦେଖିପାରିବେ । ଏହି ପରିକ୍ଷା ଜୁନ ମାସ ୨୩ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହୋଇଥିବା ବେଳେ ପାଖାପାଖି ୧୦ ଲକ୍ଷ ପରିକ୍ଷାର୍ଥୀ ଜେଇଇ ମେନ୍ ସେସନ୍‌-୧ପରିକ୍ଷା ଦେଇଥିଲେ । ତେବେ ସୂଚନା ଅନୁସାରେ ଆସନ୍ତା ଜୁଲାଇ ୨୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଜେଇଇ ମେନ୍ ସେସନ୍‌-୨ ପରିକ୍ଷା ହେବାକୁ ଯାଉଛି । ଏନେଇ ଜୁଲାଇ ୯ ତାରିଖରୁ ଏହାର ରେଜିଷ୍ଟେସନ ମଧ୍ୟ ଶେଷ ହୋଇଛି ।

Leave A Reply

Your email address will not be published.