ଫିଲ୍ମ ମହାଭାରତକୁ ନେଇ ରାଜାମୌଲିଙ୍କ ବଡ ବୟାନ, କହିଲେ ଏହା ହେଉଛି ଡ୍ରିମ ପ୍ରୋଜେକ୍ଟ

211

ବାହୁବଲୀ ଏବଂ ଆର୍ ଆର୍ ଆର୍ ଭଳି ବ୍ଳକ ବଷ୍ଟର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦଇଥିବା ଏସ୍ ଏସ୍ ରାଜା ମୌଲି ବର୍ତମାନ ଏକ ପ୍ରୋଜେକ୍ଟ ଉପରେ ନଜର ରଖିଛନ୍ତି । ଏବେ ସେ ମହାପୁରାଣ ମହାଭାରତ ନିମାର୍ଣ କରିବା ପାଇଁ ଯୋଜନା କରିଛନ୍ତି । ମହାଭାରତ ଭଳି ଏକ ବିଗ୍ ବଜେଟ୍ ଫିଲ୍ମ ନିମାର୍ଣ କରିବା ପାଇଁ ଆଜି ପର୍ଯ୍ୟନ୍ତ କେହି ଆଗକୁ ଆସିନଥିବା ବେଳେ ବର୍ତମାନ ରାଜା ମୌଲି ଏହାକୁ ବଡ ପରଦାକୁ ଆଣିବା ପାଇଁ ଏକ ବଡ ପ୍ଳାନିଂ କରୁଛନ୍ତି । ରାଜା ମୌଲି ଯଦି କୌଣସି ପ୍ରୋଜେକ୍ଟ ଉପରେ କାମ କରିଥାନ୍ତି ତେବେ ତା ଉପରେ ଅନେକ ରିସର୍ଚ୍ଚ କରିଥାନ୍ତି, ତାକୁ ନେଇ ଅନେକ ଅନୁସନ୍ଧାନ କରିଥାନ୍ତି । ଏହି ପ୍ରୋଜେକ୍ଟ କୁ ନେଇ ରାଜା ମୌଲି କହିଛନ୍ତି କି ଏହା ହେଉଛି ତାଙ୍କର ଏକ ଡ୍ରିମ ପ୍ରୋଜେକ୍ଟ । ଅନେକ ଦିନ ହେବ ସେ ଏହି ଫିଲ୍ମ କୁ ନେଇ ଯୋଜନା କରୁଛନ୍ତି ଏବଂ ଏହି ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ ଅନେକ ସମୟ ଲାଗିବ । ଆହୁରି ମଧ୍ୟ କହିଛନ୍ତି କି ମହାଭାରତ ର କାହାଣିକୁ ବଡ ପରଦାକୁ ଆମିବା ପାଇଁ ବଡ ବଡେଟ ଦରକାର । ଏହା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । କହିବାକୁ ଗଲେ ଚଳଚିତ୍ର ଇତିହାସର ଏହା ସବୁଠାରୁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି । ରାଜା ମୌଲିଙ୍କ ଏହି ବୟାନ କୁ ନେଇ ଫ୍ୟନ୍ ମାନଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି ।

Leave A Reply

Your email address will not be published.