ଭୁବନେଶ୍ୱର : ମାତ୍ର ୩ ବର୍ଷ ୭ ମାସ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଁ ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଆ ଝିଅ ଜିସା ପଢ଼ିଆରୀ । ଅନବରତ ନିଜ ମୁହଁରେ ଶ୍ଳୋକ, ଜାତୀୟ ସ୍ତରର ସଙ୍ଗୀତ, ରାହିମ୍ସ, ଅପୋଜିଟ ୱର୍ଡସ, ପଶୁ ପକ୍ଷୀଙ୍କ ନାମ, ଜାତୀୟ ସ୍ତରୀୟ ସିମ୍ବଲ୍ସ, ସାଧାରଣ ଜ୍ଞାନ ପରି ବିଭିନ୍ନ ପ୍ରଶ୍ନର ଯଥା ଶୀଘ୍ର ଉତ୍ତର ରଖି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଜିସା । ଉତ୍ତର ଭୁବନେଶ୍ୱରର ଅନ୍ତର୍ଗତ ଗଣ୍ଡରପୁର ଗ୍ରାମର ଝିଅ ଏହି ରେକର୍ଡ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଆଗକୁ ଗିନିଜ୍ ଓ ଲିମ୍କା ରେକର୍ଡ ପାଇଁ ଓଡ଼ିଶାର ସୁନାମ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଜିସା । ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ଜଜ୍ଙ୍କ ମନ ଜିଣିଲେ ଜିସା । କମ ବୟସରୁ ଓଡ଼ିଶା ପାଇଁ ରେକର୍ଡ କରି ଗୌରବ ଆଣିଲେ ଜିସା । ଜୀସା ପଢ଼ିଆରୀଙ୍କ ବୟସ ମାତ୍ର ୩ ବର୍ଷ ୭ ମାସ । ଉତ୍ତର ଭୁବନେଶ୍ୱର ଗଣ୍ଡରପୁରର ଚାଟାର୍ଡ ଆକାଉଣ୍ଟା ଜଳେନ୍ଦ୍ର ପଢ଼ିଆରୀ ଓ ଜୟଶ୍ରୀ ସ୍ୱାଇଁଙ୍କ ବଡ ଝିଅ ହେଉଛନ୍ତି ଜିସା ।୨୦୧୮ ଅକ୍ଟୋବର ୧୪ରେ ଜନ୍ମ ଗ୍ରହଣ କରିଥିବା ଜିସା ଏବେ ଏହି ବୟସରେ ୬ଟି ଶ୍ଳୋକ, ଜାତୀୟ ସ୍ତରର ସଙ୍ଗୀତ ଗାନ ସହ ୩୮ଟି ରାହିମ୍ସ, ୪୫ଟି ଅପୋଜିଟ ୱାର୍ଡସ, ୨୦ଟି ପଶୁପକ୍ଷୀଙ୍କ ନାମ, ୧୯ଟି ଜାତୀୟ ସ୍ତରୀୟ ସିମ୍ବଲ୍ସ, ୩୪ଟି ସାଧାରଣ ଜ୍ଞାନ ପରି ବିଭିନ୍ନ ପ୍ରଶ୍ନର ଯଥା ଶୀଘ୍ର ଉତ୍ତର ରଖି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ପିଲାଟି ବେଳୁ ସବୁ କଥା ଶୁଣି ମନେ ରଖି ପାରୁଥିବା ଜିସା ଏହି ରେକର୍ଡ ପରେ ଆହୁରି ଆଗକୁ ଅନ୍ୟ ରେକର୍ଡ କରି ଓଡ଼ିଶାର ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଜିସା ଛୋଟ ବେଳୁ ସବୁକଥା ମନେ ରଖିଥିବାରୁ ଜିସାଙ୍କ ବାପା ଓ ମା’ ଏହି ବିଷୟରେ ଅଧିକ ପ୍ରୋତ୍ସାହନ ଦେଉଥିଲେ । ଆଈଙ୍କ ଠାରୁ ଶ୍ଳୋକ, ମା’ଙ୍କଠାରୁ ସାଧାରଣ ଜ୍ଞାନ, ଜାତୀୟ ସଙ୍ଗୀତ ଓ ପାଠ ବିଷୟରେ ଜ୍ଞାନ ନେଇ ଏହି ଛୋଟ ବୟସରେ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ଜିସା । ରେକର୍ଡ ପାଇବା ପରେ ଝିଅକୁ ନେଇ ବେଶ୍ ଗର୍ବ କରିଛନ୍ତି ଜିସାଙ୍କ ପିତାମାତା ଓ ସମ୍ପର୍କୀୟ । ଏହା ବ୍ୟତୀତ ଜିସା ନୃତ୍ୟ ପ୍ରତି ମଧ୍ୟ ଅଧିକ ରୁଚି ରଖିଛନ୍ତି । ଜିସା ଆଗକୁ ଗିନିଜ ରେକର୍ଡ ଓ ଲିମ୍କା ରେକର୍ଡରେ ସ୍ଥାନ ପାଇବାକୁ ଯାହା ବି ପ୍ରୋତ୍ସାହନ ଦରକାର ସବୁ ସହଯୋଗ ଜାରି ରହିବ ବୋଲି ଜିସାର ପିତାମାତା କହିଛନ୍ତି । ଜିସା କମ୍ ବୟସରୁ ଏଭଳି ରେକର୍ଡର ଅଧିକାରୀ ହୋଇଥିବାରୁ ପରିବାର, ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି । ଏ ନେଇ ଭୁବନେଶ୍ୱର ରୋଟାରୀ ଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯକ୍ରମରେ ସମାଜସେବୀ ଡାକ୍ତର ସମି ସଲିମ, ଜଜବା ଅଧ୍ୟକ୍ଷ ସଫଦର ହାଶୀମ, ଯୁବ ସମାଜସେବୀ ଲିନା ନନ୍ଦିତା, ମୁଶ୍ରଫ ଖାଁ, ଅଭିନେତା ବାବୁ ରାଜା ପ୍ରମୁଖ ଉପସ୍ଥିତ ରହି ଜିସାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.