ବଢିଲା ଆଇପିଏଲ ର ସମୟ, ଏଣିକି ୭୫ ଦିନ ଖେଳାଯିବ ମ୍ୟାଚ୍

190

ଇଣ୍ଡିଆନ ପ୍ରିମିଅର ଲିଗ୍ ଏବେ ୭୫ ଦିନର ଖେଳ ହେବାକୁ ଯାଉଛି । ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉଁସିଲ ନିଜର ଫ୍ୟୁଚର ଟୁୁର ପ୍ରୋଗ୍ରାମ୍‌ରେ ଆଇପିଏଲ ର ୭୫ ଦିନର ୟିଣ୍ଡୋ ସେଟ୍ କରିଛିି । ଯାହାଫଳରେ କ୍ରିକେଟ୍ ଫ୍ୟାନମାନଙ୍କ ପାଇଁ ଏହା ବଡ ଖୁସି ଖବର । ଏ ନେଇ କ୍ରିକେଟ୍ ପ୍ରେମୀ ମାନେ ଆହୁରୀ ମଜ୍ଜା ଉଠାଇ ପାରିବେ । ତେବେ ଏହି ସୂଚନା ଇଏସପିଏନକ୍ରିକ୍‌ଇନଫୋ ରୁ ମିଳିଛି । ଏହା ସହିତ ଆଇପିଏଲ ପାଇଁ ୭୫ ଦିନର ମ୍ୟାଚ ହେବାକୁ ଥିବା ବେଳେ ଏହା ମାର୍ଚ୍ଚ ମାସ ଶେଷ ସପ୍ତାହ ରେ ଆରମ୍ଭ ହୋଇ ଜୁନ ମାସ ପ୍ରଥମ ଶପ୍ତାହରେ ଶେଷ ହେବ ବୋଲି ଘୋଷଣା କରାଯାଇଛି । ଖବର ମୁତାବକ ବର୍ମିଂହାମ୍ ରେ ଆଇସିସି ର ଆନୁଏଲ ମିଟିଙ୍ଗ୍ ଜୁଲାଇ ମାସ ୨୫ ଏବଂ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ସେହି ସମୟରେ ଏଫ୍‌ଟିପି ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ।

Leave A Reply

Your email address will not be published.