ବର ଆଗରେ କନିଆ ରଖିଲେ ଏପରି ସର୍ତ୍ତ

222

ବିବାହ ସମସ୍ତଙ୍କ ଜୀବନର ସବୁଠାରୁ ବିଶେଷ ଦିନ | ଏହି ବିଶେଷ ଦିନକୁ ଅଧିକ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ ମଧ୍ୟ ସମସ୍ତ ପ୍ରକାରର ପ୍ରସ୍ତୁତି କରିଥାନ୍ତି | ବିବାହ ସମ୍ବନ୍ଧୀୟ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଆଜିକାଲି ଏହିପରି ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ, ଏହି ଭିଡିଓ ବାକି ବିବାହ ଭିଡିଓଠାରୁ ଭିନ୍ନ | ଏଠାରେ କନିଆ କୌଣସି ବୁଲେଟରେ ଆସି ନାହିଁ କିମ୍ବା ସେ କଳା ଚଷମା ପିନ୍ଧି ନଥିଲା | ଏସବୁ ବ୍ୟତୀତ ସେ ନିଜ ବରକୁ ମଞ୍ଚରେ ଏପରି କାର୍ଯ୍ୟ କରିବା ପାଇଁ କହିଥିଲେ ଯାହା , ବିବାହକୁ ଆସିଥିବା ଅତିଥି ଏବଂ ସମ୍ପର୍କୀୟମାନ ଙ୍କର ହୋସ ଉଡାଇ ଦେଇଥିଲା । ବରର ବନ୍ଧୁ ଏବଂ ବରର ସମ୍ପର୍କୀୟମାନେ ମଧ୍ୟ ବିଶ୍ୱାସ କରିପାରୁ ନଥିଲେ ଯେ କନିଆ ଏପରି କାମ କରିବା ପାଇଁ ବରକୁ କହିପାରେ ।

ଆମେ ସମସ୍ତେ ଏହି ଜିନିଷ ଜାଣୁ ଯେ ବିବାହ ସମୟରେ ସ୍ୱାମୀ-ସ୍ତ୍ରୀ ସାତ ସାତଫେରା ନେଇ ସାତ ଜନ୍ମ କୁ ସାଥି ହେବାପାଇଁ କଥା ଦେଇଥାନ୍ତି | ପ୍ରତ୍ୟେକ ଫେରାରେ ସେ ନିଜ ସାଥୀ ସହିତ, ପ୍ରତିଜ୍ଞା କରନ୍ତି ଯାହାକୁ ତାଙ୍କୁ ସାରା ଜୀବନ ରଖିବାକୁ ପଡିବ | ତେବେ, ଆଜି ଆମେ ଯେଉଁ ବିବାହ ବିଷୟରେ କହୁଛୁ, ଯାହା ବର ମଧ୍ୟ ସାତ ଫେରା ବ୍ୟତୀତ କନିଆ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି | ସବୁଠାରୁ ମଜାଳିଆ କଥା ହେଲା ଯେ ଫୁଲମାଳ ସରିବା ପରେ ବର ଚୁକ୍ତିନାମା ପାଇଥିଲେ | ବର୍ତ୍ତମାନ ବିଚରା ବର ସେଠାରୁ ଖସିଯିବାର କୌଣସି ଉପାୟ ନଥିଲା, ଶେଷରେ ବାଧ୍ୟ ହୋଇ ତାଙ୍କ ପତ୍ନୀଙ୍କ ସମସ୍ତ ସର୍ତ୍ତ ଗ୍ରହଣ କରିବାକୁ ପଡିଲା | ବର ଆଗରେ 8 ଟି ସର୍ତ୍ତ ରଖିଥିଲେ କନିଆ | ପ୍ରଥମ ସର୍ତ୍ତଟି ହେଉଛି ବରକୁ ମାସରେ ଥରେ ପିଜା ଖାଇବାକୁ ଅନୁମତି ଦିଆଯାଇଛି ଏବଂ ଏହା ମଧ୍ୟ କେବଳ ଗୋଟିଏ । ଏହା ବ୍ୟତୀତ ଘରେ ତିଆରି ଖାଦ୍ୟକୁ ସର୍ବଦା ହଁ କହିବେ | ତୃତୀୟ ସର୍ତ୍ତ ଅନୁଯାୟୀ ବରକୁ ପ୍ରତିଦିନ ଏକ ଶାଢ଼ୀ ପିନ୍ଧିବାକୁ ପଡିବ | ଏହି ସର୍ତ୍ତ ଶୁଣିବା ପରେ ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କର ଆଶ୍ଚର୍ଯ୍ୟ ସୀମା ରହିନଥିଲା |

ଚତୁର୍ଥ ସର୍ତ୍ତ ଅନୁସାରେ ସେ କହିଛନ୍ତି ଯେ ସେ କେବଳ ତାଙ୍କ ପତ୍ନୀ ଙ୍କ ସହିତ ବିଳମ୍ବିତ ରାତ୍ରିରେ ପାର୍ଟି କୁ ଯାଇପାରିବେ | ପରବର୍ତ୍ତୀ ସର୍ତ୍ତଟି ହେଉଛି , ପ୍ରତିଦିନ ଜିମ୍ ଯିବେ , ରବିବାର ଦିନ ବ୍ରେ କଫାଷ୍ଟ ପ୍ରସ୍ତୁତ କରିବେ , ସମସ୍ତ ପାର୍ଟୀରେ ନିଜ ପତ୍ନୀ ଙ୍କର ଭଲ ଫଟୋ ଉଠାଇବେ | ଏବଂ ପ୍ରତି 15 ଦିନରେ ସପିଂ ନେବାକୁ ଏହି ସର୍ତ୍ତ ରେ ଲିପିବଦ୍ଧ ଥିଲା । ଶେଷରେ ପତ୍ନୀଙ୍କ ସମସ୍ତ ସର୍ତ୍ତ ମାନି ସାତ ଜନ୍ମକୁ ସାଥି ହୋଇଛନ୍ତି ଏହି ନିଆରା ଦମ୍ପତି ।

Leave A Reply

Your email address will not be published.