ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ସାନପୋଡାଗୁଡା ଛକ ନିକଟରେ ଶନିବାର ସକାଳେ ବାଲେଶ୍ୱର ରୁ ଜୟପୁର ଯାଉଥିବା ଓଏସ୍ଆରଟିସି ଭଲବୋ ବସ ଜଣେ ପରିବା ବିକାଳୀଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଥିଲା। ଦୁର୍ଘଟଣାରେ ଗୋତମୁଣ୍ଡା ଗ୍ରାମର ପରିବା ବିକାଳୀ ମହେନ୍ଦ୍ର ପଟେଲ ଗୁରୁତର ଆହତ ହୋଇ ଭବାନୀପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ପରିବାର ଓ ସମ୍ପର୍କୀୟମାନେ ମାନେ ଆଜି ସନ୍ଧ୍ୟାରେ ବସ ଫେରିବା ବେଳେ ବିଜୁ ଏକ୍ସପ୍ରେସୱେର ଗୋତମୁଣ୍ଡା ଛକରେ ଅଟକ ରଖି ଗୁରୁତର ମହେନ୍ଦ୍ରଙ୍କ ଉପଯୁକ୍ତ ଚିକିତ୍ସା ସହାୟତା ଦାବି କରି ଅଟକ ରଖିଛନ୍ତି। ସୂଚନା ଯେ’ ଗୁରୁତର ମହେନ୍ଦ୍ର ଏକ ଗରୀବ ଶ୍ରେଣୀର ହୋଇଥିବାବେଳେ ସେ’ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅଟନ୍ତି। ତାଙ୍କର ରୋଜଗାରରେ ପୁରା ପରିବାର ଚାଲିଥାଏ। ଏବେ ବସ ଦୁର୍ଘଟଣାରେ ଗୁରୁତର ହୋଇ ଭବାନୀପାଟଣା ମେଡିକାଲ ରେ ଚିକତ୍ସାଧିନ ରହିଛନ୍ତି।। ସନ୍ଧ୍ୟା ୭ଟା ସମୟରୁ ବସ ଅଟକ ରହିଥିବାବେଳେ ଖବର ପାଇ ଆମପାଣି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍ ରେ ଅଟଲ ରହିଥିଲେ।ପରେ ଖବର ପାଇ ଘଟଣାସ୍ଥଳରେ କୋକସରା ତହସିଲଦାର, କ୍ଷୀରୋଦ ବିହାରୀ ଭାରତ ନାଗ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପହଞ୍ଚି ରାସ୍ତା ଅବରୋଧ କରିଥିବା ପରିଜନ ଓ ଗ୍ରାମବାସୀ ଙ୍କ ସହ ବୁଝାସୁଝା କରି ସରକାରୀ ସ୍ତରରେ ଚିକିତ୍ସା ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ଅଟକ ବସ କୁ ଯିବା କୁ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.