ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ପକ୍ଷରୁ ଆର୍ଦଭୂମୀ ପକ୍ଷୀ ଗଣନା ୨୦୨୨’ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀ’ଙ୍କ ଦ୍ବାରା ସମ୍ପନ୍ନ ହୋଇ ଯାଇଛି। ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଡିଏଫ୍ଓ ନଳିନୀକାନ୍ତ ବେହେରା’ଙ୍କ ନିର୍ଦ୍ଧଶ କ୍ରମେ ବହଳଦା ବନାଞ୍ଚଳ ଅଧିକାରୀ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ’ଙ୍କ ତତ୍ବାବଧାନରେ ରାଇରଙ୍ଗପୁର ବନଖଣ୍ଡ ଏସିଏଫ୍ ବୈଦ୍ୟନାଥ ମାଝୀ, ଯାମଦା ଫରେଷ୍ଟର ରତିକାନ୍ତ ପଲେଇ, ତିରିଂ ଫରେଷ୍ଟର ମେନକା ନାଏକ, ଜାମଦା ବନରକ୍ଷୀ ମନସିଜ୍ ପ୍ରସାଦ ମହାନ୍ତ, ରାଜେଶ କୁମାର ନାଏକ ଓ ପୁନଗୀ ହାଁସଦାଃ’ଙ୍କ ସହିତ ସବୁଜ ବାହିନୀ ସଦସ୍ୟ ସଂଗ୍ରାମ ବାସ୍କେ ପ୍ରମୁଖ ପୋଖରୀଆ ବନ୍ଧ’ ଏବଂ ବହଳଦା ଫରେଷ୍ଟର ଜିତେନ୍ଦ୍ର ବେହେରା, ଝରାଡିହି ଫରେଷ୍ଟର ମହାବୀର ସିଂ ମୁର୍ମୁ, ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ ଓ ଶୁଭସ୍ମୀତା ଗିରି, ପାରାଷ୍ଟାଫ ମୋହନ ମହାକୁଡ ଏବଂ ପ୍ରେମ୍ଚାନ୍ଦ ମୁର୍ମୁ ପ୍ରମୁଖ ନେସା ବନ୍ଧ’ ଠାରେ ପକ୍ଷୀ ଗଣନା କରିଥିଲେ। ତେବେ ଚଳିତ ବର୍ଷ ବିଭିନ୍ନ ପ୍ରଜାତୀର ଦେଶୀ ଓ ବିଦେଶୀ ପକ୍ଷୀ ମଧ୍ୟରୁ ନେସା ବନ୍ଧ ଠାରେ ୨୨’ ପ୍ରଜାତୀର ୧’୨୯୭’ ଟି ପକ୍ଷୀ, ପୋଖରୀଆ ବନ୍ଧ ଠାରେ ୩୦’ ପ୍ରଜାତୀ ର ୧’୫୦୩’ ଟି ପକ୍ଷୀ ଏବଂ ମୋରଣ୍ଡା ପୋଖରୀ ରେ ୧୧’ ପ୍ରଜାତୀ ର ୭୮୪’ ଟି ପକ୍ଷୀ ଠାବ କରାଯାଇଥିଲା। ଏଥି ମଧ୍ୟରେ ଲେଜର ହ୍ବିସିଲିଙ୍ଗ ଡକ୍, କୋମନ୍ ଟିଲ୍ ବା ୟୁରେସିଆନ୍ ଟିଲ୍, ରେଡ୍ କ୍ରେସଟେଡ୍ ପୋଚାର୍ଡ, କୋମନ କୁଟ୍ ବା ୟୁରୋପିଆନ୍ କୁଟ୍, ଟଫ୍ଟେଡ୍ ଡକ୍ ଏବଂ ଗ୍ରେଟ୍ କ୍ରେସଟେଡ ଗ୍ରେବ୍ ଇତ୍ୟାଦି ବିଦେଶୀ ପକ୍ଷୀ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.